ଉଦଯାପିତ ହେଲା ଆନ୍ତରାଜ୍ୟ ଟୁର୍ଣ୍ଣାମେଣ୍ଟ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଶମ୍ଭୁନାଥ ହାଇସ୍କୁଲ ମିନି ଷ୍ଟାଡିୟମରେ ବସ୍ତା କ୍ରିକେଟ ଏସୋସିଏସନ- ୨୦୨୨ ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ଟେନିସ ବଲ ୧୦/୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୨ ଉଦଯାପିତ ହୋଯାଇଛି । ଏହି ଉଦଯାପନୀ ଉତ୍ସବରେ ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାଦେବ ଦାସ ଓ ସଦାନନ୍ଦପୁର ସରପଞ୍ଚ ଅନିଲ କୁମାର ମହାନ୍ତି ଯୋଗଦେଇଥିଲେ । ଏହି ଆନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟ ତିନି ଦିନ ଧରି ଚାଲିଥିଲା । ଏଥିରେ ପଶ୍ଚିମବଙ୍ଗରୁ ତିନୋଟି ଏବଂ ଓଡ଼ିଶାରୁ ପାଞ୍ଚୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲରେ ମୟୂରଭଞ୍ଜର ଓଡ଼ିଶା ଏକାଦଶ ମୁରୁଡା ଏବଂ ବାଲେଶ୍ୱରର ୟୁନିକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୋରଡା ଏକାଦଶ ୧୦୭ ରନ୍ ବ୍ୟବଧାନରେ ବାଲେଶ୍ଵରକୁ ପରାସ୍ତ କରି ଟ୍ରଫି ଗ୍ରହଣ କରିଥିଲା ।

Leave a Reply

Your email address will not be published.