କାର ବାଇକ ମୁହାଁମୁହିଁ ଧକ୍କା, ୨ଜଣ ଗୁରୁତର ଆହତ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ଥାନା ଅନ୍ତର୍ଗତ କୁହେଁଇ ପଡା ଛକରେ ଏକ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ରବୀନ୍ଦ୍ର ପଣ୍ଡା ଓ ରବି ରାଉତ । ସୂଚନା ଅନୁଯାୟୀ ମଧୁବନ ଗ୍ରାମ ନିକଟରେ ଥିବା ସୁବାଷ ଇଞ୍ଜିନିୟରିଙ୍ଗ କଲେଜର ଦୁହେଁ କାର୍ଯ୍ୟ କରନ୍ତି । ଗତ ରବିବାର କଲେଜରୁ ବାହାରି ତ୍ରିସୁଳିଆ ଛକକୁ କିଛି ସାମଗ୍ରୀ କିଣିବାକୁ ଯାଉଥିବା ସମୟରେ କୁହେଁଇ ପଡା ଛକରେ ତ୍ରିସୁଳିଆ ପଟୁ ବାଙ୍କୀ ଅଭିମୁଖେ ଯାଉଥିବା ଏକ କାରଟି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାସହ ୨ଜଣ ଗୁରୁତରଙ୍କୁ ଏସସିବି ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ପୁଲିସ ହାତରେ ଦୁର୍ଘଟଣାର ସିସିଟିଭି ଫୁଟେଜ ଲାଗିଛି ।

Leave a Reply

Your email address will not be published.