ତହସିଲଦାର ଶରତ ଚନ୍ଦ୍ର ବାଗଙ୍କ ବହିଷ୍କାର ଦାବିରେ ବିଜେପି ମହିଳାମୋର୍ଚ୍ଚାର ଧାରଣା

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ତହସିଲଦାର ଶରତ ଚନ୍ଦ୍ର ବାଗ ଦିନକୁଦିନ ବିଭିନ୍ନ ଅଭିଯୋଗରେ ଛନ୍ଦି ହେବାରେ ଲାଗିଛନ୍ତି । ବିବାହ କରିଥିଲେ ସୁଦ୍ଧା ଅନେକ ଯୁବତୀଙ୍କ ସାଙ୍ଗରେ ସମ୍ପର୍କ ରଖିବା,  ଅଫିସକୁ ଠିକ୍ ଭାବରେ ନ ଆସିବା, ଗରିବଲୋକଙ୍କୁ ହଇରାଣ କରି ପୁଞ୍ଜିପତି ମାନଙ୍କର ହାତବାରିସୀ ସାଜି ଜମି ହଡ଼ପ କରିବା ଭଲି ଅଭିଯୋଗ ନେଇ ରାଜଗାଙ୍ଗପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେମାନେ ପ୍ରଥମେ ତହସିଲଦାରଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । ହେଲେ ତହସିଲଦାର ସେମାନଙ୍କୁ ଭେଟିବାକୁ ମନା କରିବାରୁ ମହିଳାମାନେ ଉତକ୍ଷିପ୍ତ ହୋଇ ବିଭିନ୍ନ ନାରାବାଜି ଦେଇ ଧାରଣାରେ ବସିଥିଲେ ।

ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ତହସିଲଦାର ବାଧ୍ୟ ହୋଇ ମହିଳା ମୋର୍ଚ୍ଚାଙ୍କ ସମ୍ମୁଖରେ ଉପସ୍ଥିତ ରହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଆହୁରି ମଧ୍ୟ ସେ କହିଥିଲେଯେ, ତାଙ୍କ ସ୍ତ୍ରୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ତାଙ୍କ ପାରିବାରିକ ସମସ୍ୟା । ଏଥିରେ ଅଫିସ୍ ସାଙ୍ଗରେ କୈାଣସି ସମ୍ପର୍କ ନାହିଁ । ଯଦି ଅଫିସ୍ କାର୍ଯ୍ୟରେ କୈାଣସି ତୃଟି କଲେ ଉପରିସ୍ଥ ଅଧିକାରୀ ମୋତେ ଦଣ୍ଡ ଦେବେ ବୋଲି ସେ କହିଥିଲେ । ତହସିଲ କାର୍ଯ୍ୟାଳୟରେ ମହିଳାଙ୍କ ଧାରଣକୁ ଦେଖି ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଜଗାଙ୍ଗପୁର ପୋଲିସ ‌ଘଟଣାସ୍ଥଳରେ ପହଂଚିଥିଲା ।

 

Leave a Reply

Your email address will not be published.