ତେଜସ୍ୱୀ ଯାଦବ ଓ ତେଜ୍ ପ୍ରତାପ୍‌ଙ୍କ ସମ୍ପର୍କରେ ପୁଣି ଥରେ ଫାଟ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ୍ ଯାଦବଙ୍କ ପରିବାରରେ ସବୁକିଛି ଠିକ୍‌ଠାକ୍ ଚାଲୁନାହିଁ । ଲାଗୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଓ ତେଜ୍ ପ୍ରତାପ୍‌ଙ୍କ ମଧ୍ୟରେ ପୁଣି ଥରେ ଫାଟ ସୃଷ୍ଟି ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଗୁରୁବାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ସମୟରେ ତେଜସ୍ୱୀ ଯାଦବ ଯେତେବେଳେ ଭାଷଣ ଦେଉଥିଲେ, ସେହି ସମୟରେ ତେଜ୍ ପ୍ରତାପ ଯାଦବ ମଞ୍ଚରୁ ଉଠି ପଳାୟନ କରିଛନ୍ତି ।

ତେଜ ପ୍ରତାପଙ୍କ ଏହି ପଦକ୍ଷେପ ପରେ ପୁଣି ଥରେ ୨ ଭାଇଙ୍କ ମଧ୍ୟରେ ମତାନ୍ତର ହୋଇଥିବା ନେଇ ଚର୍ଚ୍ଚା ହେଉଛି । କାର୍ଯ୍ୟକାରିଣୀ ବୈଠକ ସମୟରେ ତେଜସ୍ୱୀ ଯାଦବ ନିଜର ଭାଷଣ ଦେଉଥିଲେ । ଏହି ସମୟରେ ତାଙ୍କର ବଡ଼ଭାଇ ତେଜ ପ୍ରତାପ ମଧ୍ୟ ଲାଲୁଙ୍କ ସହିତ ମଂଚରେ ବସିଥିଲେ । ତେଜସ୍ୱୀ ଯେତେବେଳେ କହିବା ଆରମ୍ଭ କଲେ, ସେହି ସମୟରେ ତେଜପ୍ରତାପ ଅଚାନକ ଚୌକିରୁ ଉଠି ବୈଠକର ବାହାରକୁ ଚାଲିଆସିଥିଲେ । ତେଜ ପ୍ରତାପ ଯାଦବଙ୍କୁ ମଞ୍ଚରୁ ଉଡୁଥିବା ଦେଖି ଲାଲୁ ପ୍ରସାଦ ମଧ୍ୟ ସ୍ତମ୍ଭୀଭୂତ ହୋଇଯାଇଥିଲେ ।

Leave a Reply

Your email address will not be published.