ନକଲି ସାର୍ଟିଫିକେଟ ବିକ୍ରି ଘଟଣାରେ ବୋର୍ଡର ସୁପରଭାଇଜର ଭ୍ରମରବର ନାୟକ ଗିରଫ

କଟକ,(ନାଗରାଜ ନ୍ୟୁଜ): ନକଲି ସାର୍ଟିଫିକେଟ ବିକ୍ରି ଘଟଣାରେ ବୋର୍ଡର ସୁପରଭାଇଜର ଭ୍ରମର ବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି ସାର୍ଟିଫିକେଟ ବିକ୍ରି କରିଥିଲେ । ଭ୍ରମର ବର 45 ହଜାର ଟଙ୍କାରେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି OSTEET ସାର୍ଟିଫିକେଟ ବିକ୍ରି କରିଥିଲେ।ସମ୍ପୃକ୍ତ ବ୍ୟକ୍ତି ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ବୋର୍ଡକୁ ଅବଗତ କରାଇ ଥିଲେ । ପରେ ବୋର୍ଡ଼ ମଙ୍ଗଳାବାଗ ଥାନାକୁ ତଦନ୍ତ ପାଇଁ ଚିଠି କରିଥିଲା । ତେବେ ଏହି ଘଟଣା ନେଇ ପୋଲିସ ତଦନ୍ତ କରି ଭ୍ରମର ବରଙ୍କୁ ଗିରଫ କରିଛି । ଏହିଭଳି ଅନେକଙ୍କୁ ନକଲି ସାର୍ଟିଫିକେଟ ଦେଇଥିବା ପୋଲିସ ସନ୍ଦେହ କରୁଛି ।

Leave a Reply

Your email address will not be published.