ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡଗର ପଡା ପଞ୍ଚାୟତ ର ନରଣପୂର୍ ଗ୍ରାମର କରୁଣାକର ସେଠୀ ଙ୍କ ମୃତ ଦେହ ଏକ ଗଛରେ ଦେଖିବାକୁ ମିଳିଛି। ସୁଚନା ରୁ ଜଣା ଯାଏ କରୁଣା କର ସେଠୀଙ୍କ ବୟସ ୬୫ ସେ ଗତକାଲି ରାତିରେ ତାଙ୍କ ଘର ଠାରୁ ୩୦୦ମିଟର ଦୂରରେ ଥିବା ଏକ ଆମ୍ବ ଗଛ ରେ ରଶି ଲାଗଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ସେହି ଗ୍ରାମର କିଛି ଲୋକ କରୁଣା କର ଙ୍କୁ ଆମ୍ବ ଗଛରେ ଝୁଲୁ ଥିବାର ଦେଖିଥିଲେ । ତାପରେ ଗ୍ରାମବାସୀମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହିତ ଖଇରା ପୋଲିସ କୁ ମଧ୍ୟ ଖବର ଦେଇଥିଲେ।ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ଆତ୍ମହତ୍ୟା ର କାରଣ ଜଣା ପଡ଼ିନାହିଁ ।

ବାଲେଶ୍ୱର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.