ମାକୁ ହତ୍ୟା କରିବା ଘଟଣା, ଅଭିଯୁକ୍ତ ପୁଅକୁ କୋର୍ଟ ଚାଲାଣ କଲା ପୋଲିସ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ବାଲିଘାଟ ସୁଭଦ୍ରା ନଗର ହତ୍ୟାକାଣ୍ଡ ଘଟଣା ରେ ଅଭିଯୁକ୍ତ ପୁଅ କୁ ଗିରଫ କରିଛି ପେଣ୍ଠକଟା ମେରାଇନ ପୋଲିସ ।ଅଭିଯୁକ୍ତ ଜଣକ ୩୪ ବର୍ଷୀୟ ବିଷ୍ଣୁ ପ୍ରସାଦ ଦୀକ୍ଷିତ ।ସାନ ଭାଇ ସୁବ୍ରତ ର ଏତାଲା ଆଧାରରେ ପେଣ୍ଠକଟା ମେରାଇନ ପୋଲିସ ମାମଲା ରୁଜ୍ଜୁ କରିଥିଲା ।ଅଭିଯୁକ୍ତ ବିରୁଦ୍ଧରେ ୩୦୨ ଏବଂ ୩୦୨ IPC ରେ ସଙ୍ଗୀନ ଦଫା ଲାଗାଯାଇଥିବାବେଳେ କୋର୍ଟ ଚାଲାଣ କରିବା ପେଣ୍ଠକଟା ମେରାଇନ ପୋଲିସ । ସୂଚନା ଅନୁଯାୟୀ ଗତକାଲି ପୁରୀ ବାଲିଘାଟ ସୁଭଦ୍ରା ନଗର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।ନିଶାସକ୍ତ ଆବସ୍ଥାରେ ପୁଅ ନିଜ ମା ର ହତ୍ୟା କରିବା ସହ ବାପା ଏବଂ ପତ୍ନୀ କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ସକାଳ 7 ଟା ସମୟରେ ଅଭିଯୁକ୍ତ ଜଣକ ନିଜ ମା କୁ ଆକ୍ରମଣ କରିବା ସହ ମୁଣ୍ଡରେ ଏକ କଟୁରି ରେ ଗଭୀର ଆଘାତ କରିଥିଲା ।ଏଭଳି ଘଟଣା ସ୍ଥଳରେ ମହିଳା ଙ୍କ ର ମୃତ୍ୟୁ ଘଟିଥିଲା ।ପରେ ନିଜ ବାପା ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲା ଅଭିଯୁକ୍ତ । ତଣ୍ଟି ଚିପି ବାପା କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ।ପରେ ପତ୍ନୀ କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ଅଭିଯୁକ୍ତ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲାଣ କରିବ ମେରାଇନ ପୋଲିସ । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଏହି ଅଭାବନୀୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଆକ୍ରମଣ କାରୀ ବଡ଼ପୁଅ ମଧ୍ୟ ମେଡିକାଲରେ ଚିକିତ୍ସାଧିନ ରହିଥିଲା | ୪୦ ଲକ୍ଷ ଟଙ୍କା କରଜ କରି ଏକ ଗାଡି ସର୍ଭିସିଂ ସେଣ୍ଟର କରିଥିଲେ ଦୁଇ ଭାଇ | କରଜ ଧୀରେ ଧୀରେ ବଢ଼ିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲା ବଡ଼ ପୁଅ | ଗତକାଲି ସକାଳୁ ମାଙ୍କ ସହ ଝଗଡା ଲାଗି ଥିବା ବେଳେ ଏକ ଧାରୁଆ ଅସ୍ତ୍ର ରେ ମା କୁ ହତ୍ୟା କରିବା ସହ , ସାନ ଭାଇ, ନିଜ ପତ୍ନୀ ଓ ବାପାଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରିଥିଲେ ବୋଲି ସୂଚନା ଦେଇଛି ସାନ ଭାଇ ସୁବ୍ରତ ଦୀକ୍ଷିତ ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.