ଦୋକାନ ବାରଣ୍ଡାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଙ୍କି: ବାଙ୍କୀ ଥାନା ଅଧିନସ୍ଥ ବାଙ୍କୀ ମୁଖ୍ୟ ବଜାରର ମେଡିକାଲ ଟ୍ରାଫିକ ଛକ ଠାରେ ଥିବା ଦୋକାନ ବାରଣ୍ଡାରୁ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଁଚି ତଦନ୍ତ ଚଳାଇଥିଲା । ପରେ ମୃତକଙ୍କ ପରିଚୟ ମିଳିଥିଲା ।

ମୃତ ଯୁବକ ଜଣଙ୍କ ପୁରୀ ଡେଲାଙ୍ଗ ଅଞ୍ଚଳର ଜଗନ୍ନାଥ ବେହେରା ବୋଲି ଜଣାପଡିଛି । ପରେ ମୃତ ଜଗନ୍ନାଥଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିଲା । ଖବର ପହଁଚିବା କ୍ଷଣି ଘଟଣା ସ୍ଥଳରେ ମୃତ ଯୁବକଙ୍କ ସମ୍ପର୍କୀୟ ମାନେ ଆସି ପହଁଚିଥିଲେ । ସୂଚନା ଥାଉକି ମୃତ ଯୁବକ ଜଣଙ୍କ ବାଙ୍କୀ ଅଞ୍ଚଳରେ କିଛି ଦିନ ହେବ ରହି ନଡିଆ ବ୍ୟବସାୟ କରି ଆସୁଥିଲେ । ଜଗନ୍ନାଥ ତାର ଅନ୍ୟ ଜଣେ ସାଥି କାଳିଆ ବେହେରା ସହିତ ରହି ନିଜର ଗୁଜୁରାଣ ମେଣ୍ଟାଉଥିଲା । ତେବେ ଜଗନ୍ନାଥର ମୃତ୍ୟୁ ନିଶା ଖାଇ ହୋଇଥିବାର ତାର ସହଯୋଗୀ କାଳିଆ ବେହେରା କହିଛି । ତେବେ ପୋଲିସ ମୃତ ପରିବାର ଲୋକଙ୍କ ଅନୁମତି କ୍ରମେ ଶବ ବ୍ୟବଛେଦ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

 

 

 

Leave a Reply

Your email address will not be published.