ଚେୟାରମ୍ୟାନ ନିର୍ବାଚିତ

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ବ୍ଲକର ଚେୟାରମ୍ୟାନ ଭାବେ ବିଜେଡି ଦଳର ପୁଷ୍ପାଞ୍ଜଳି ସାମନ୍ତରାୟ ନିର୍ଦ୍ୱନ୍ଦରେ ନିର୍ବାଚିତ । ଏହି ବ୍ଲକରେ ୨୦ଟି ଗ୍ରାମପଞ୍ଚାୟତ ରହିଥିବା ବେଳେ ପନ୍ଦରରୁ ଅଧିକ ସିଟ ହାତେଇଥିଲା ବିଜେଡି । ଅପର ପଟେ ବାଙ୍କୀ ଡମପଡା ବ୍ଲକର ଚେୟାରମ୍ୟାନ ଭାବେ ବିଜେଡି ଦଳର ପ୍ରଣବ ପଟେଲ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଡମପଡା ବ୍ଲକରେ ୧୭ଟି ଗ୍ରାମ ପଂଚାୟତ ରହିଥିବା ବେଳେ ଏଠି ମଧ୍ୟ ପନ୍ଦରରୁ ଉର୍ଦ୍ଧ୍ବ ସମର୍ଥକ ମିଳିବାରୁ ଦୁଇଟି ବ୍ଲକରେ ବିଜେଡି ଦଳର ପାର୍ଥି ବାଜି ମାରିଛନ୍ତି ।

Leave a Reply

Your email address will not be published.