ଗୃହ ପ୍ରବେଶ କଲେ ବ୍ଲକ ଅଧ୍ୟକ୍ଷା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଚଳିତ ନିର୍ବାଚନରେ ଅଭିଲିପ୍ସା ସାହୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତର ସମିତି ସଭ୍ୟା ଭାବେ ବିପୁଳ ପରିମାଣର ଭୋଟରେ ସେହି ପଞ୍ଚାୟତରୁ ଦ୍ବିତୀୟ ଥର ପାଇଁ ଜିତିଥିଲେ । ଜିତିଲା ପରେ ଦଳ ତାଙ୍କୁ ଦ୍ବିତୀୟ ଥର ପାଇଁ ଅଧ୍ୟକ୍ଷା ଭାବେ ଦେଖିବାକୁ ଚାହୁଁଥିଲା । ଯାହାହେଉ ଆଶା ତାଙ୍କର ସଫଳ ହେଲା, ଶାସକ ବିଜେଡି ଦଳ ସହିତ ବହୁ ସଂଗ୍ରାମ କରି ଶେଷରେ ବ୍ଲକ ଅଧ୍ୟକ୍ଷା ପଦବୀ ହାସଲ କରିବାରେ ସକ୍ଷମ ହୋଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କର ଆଜି ତା ୧୭/୩/୨୨ ରିଖ ଗୁରୁବାର ଥିଲା ଗୃହ ପ୍ରବେଶ କାର୍ଯ୍ୟକ୍ରମ । ପ୍ରଥମେ ଖଇରା ବଜାର ଦୁର୍ଗା ମଣ୍ଡପ ନିକଟ ହନୁମାନ ମନ୍ଦିର ଓ ପରେ ବ୍ଲକ ପରିସରରେ ଥିବା ମା’ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଗୃହପ୍ରବେଶ କରିଥିଲେ । ଏହି ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଦଳୀୟ ନେତା ପଦ୍ମଲୋଚନ ପଣ୍ଡା, ନିଜ ଦଳର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଓ ଦଳୀୟ କର୍ମକର୍ତ୍ତାଙ୍କ ସମେତ ବ୍ଲକ କର୍ମଚାରୀମାନେ ସାମିଲ ଥିଲେ । ବିଡିଓ ପର୍ଶୁରାମ ପଣ୍ଡା ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ମିଳିମିଶି କାମ କଲେ ସମସ୍ତଙ୍କର ମଙ୍ଗଳସାଧନ ହେବ ବୋଲି କହିଥିଲେ ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.