ବଡଦାଣ୍ଡରେ ପହଞ୍ଚିଲା ରଥକାଠ

ପୁରୀ, (ନାଗରାଜ ନ୍ୟୁଜ): ପ୍ରାରମ୍ଭିକ ପର୍ୟ୍ୟାୟରେ ୬୩ଟି କାଠ ୩ଟି ଟ୍ରକରେ ବୋଝେଇ ହୋଇ ପହଞ୍ଚିଛି । ଚଳିତବର୍ଷ ମୋଟ ୭୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ୮୦ ଖଣ୍ଡ ପୂର୍ବ ବର୍ଷର ବଳକା ରହିଛି । ଚଳିତବର୍ଷର ଆବଶ୍ୟକ କାଠରୁ ୪୪୨ ଖଣ୍ଡ କାଠ ସମିଲକୁ ଯିବ ଏବଂ ୩୬୩ ଖଣ୍ଡ କାଠ ରଥଖଳାକୁ ପର୍ଯ୍ୟାୟ କ୍ରମେ ଆସିବାର ଯୋଜନା ରହିଛି । ତନ୍ମଧ୍ୟରୁ ୬୩ କାଠ ଆଜି ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଛି । ସେଥିରୁ ୨୪ ଟି ୧୨ ଫୁଟିଆ ଅସନ କାଠ ଏବଂ ୯ ଟି ୨୦ ଫୁଟିଆ ଅସନ କାଠ ସମୁଦାୟ ୩୪ଟି ଏବଂ ୧୮ ଟି ୧୨ ଫୁଟିଆ ଧଉରା କାଠ, ୧୧ ଟି ୨୦ ଫୁଟିଆ ଧଉରା କାଠ ସମୁଦାୟ ୨୯ ଖଣ୍ଡ ଧଉରା କାଠ ନୟାଗଡ ଡିଭିଜନରୁ ଆସି ପହଞ୍ଚିଛି । ଅନ୍ୟ କାଠ ପର୍ୟ୍ୟାୟ କ୍ରମେ ଆସି ପହଞ୍ଚିବ । ଆସନ୍ତା ଶ୍ରୀପଞ୍ଚମୀରେ ୩ଟି ୧୨ ଫୁଟିଆ ଧଉରା କାଠ ପୂଜା କରାଯିବାର ବିଧି ରହିଛି ।

Leave a Reply

Your email address will not be published.