ଗେଟରେ ତାଲା ପକାଇ ବିଡିଓଙ୍କୁ ଅଟକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ଖାଲି ଥିବା ସ୍ଥାନରେ ସାନି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଂଚାୟତରେ ଦେଖିବାକୁ ମିଳିଛି ଏକ ଅଘଟଣ । ଯାହାକି ଜଣେ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ବୟସ କମ ଥିବା ନେଇ ଅପରପକ୍ଷ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । କିନ୍ତୁ ଯାଞ୍ଚ କରୁଥିବା ନିର୍ବାଚନ ଅଧିକାରୀ ଉକ୍ତ ନାମାଙ୍କନ ପତ୍ରକୁ ଖାରଜ ନ କରିବା ଯୋଗୁଁ ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପରେ ଭୋଗରାଇ BDO ଶଙ୍କର ପଟ୍ଟନାୟକ, ଭୋଗରାଇ ABDEO ଶରତ କୁମାର ମୁଦୁଲି ଓ ନିର୍ବାଚନ ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମଧ୍ୟ ସମାନ ଉତ୍ତର ରଖିଥିଲେ । ଯାହାକୁ ନେଇ ଲୋକ ଉକ୍ତ କାର୍ଯ୍ୟାଳୟରେ BDO, Abdeo ସହ ଯାଞ୍ଚ କରୁଥିବା ଅଧିକାରୀ ବିରାଜ କୁମାର ନାୟକଙ୍କୁ ଗେଟରେ ତାଲା ପକାଇ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି, ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published.