ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗ୍ରସ୍ତ, ୮୭୬ କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦଘାଟନ

ଢେଙ୍କନାଳ, (ନାଗରାଜ ନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ବିଜେଡି ମୁହାଁମୁହିଁ । ଆୟୋଜିତ ମିନି ଷ୍ଟାଡିୟମ ସଭା ନିକଟସ୍ଥ ଗଣେଷ ବଜାର ଛକରେ ବିଜେପିର କଳା ପତାକା ପ୍ରଦର୍ଶନ। ବିଜେପି ପୂର୍ବତନ ବିଧାୟକଙ୍କ ନେତୃତ୍ୱରେ ଏକ ଟିମ କଳା ପତାକା ଦେଖାଇବା ବେଳେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ଗ୍ରସ୍ତ ସହ ଢେଙ୍କାନାଳ ସ୍ୱାସ୍ଥ୍ୟ ସେବାରେ ଯୋଡି ହୋଇଛି ନୂତନ ଅଧ୍ୟାୟ । ୯ଲକ୍ଷ ହିତାଧିକାରୀ ପାଇଛନ୍ତି ସ୍ମାର୍ଟ ହେଲଥ କାର୍ଡ । ଆଜି ଢେଙ୍କାନାଳ ସହରାଞ୍ଚଳର ମିନି ଷ୍ଟାଡିଅମରେ ଆୟୋଜିତ ବିଜୁ ସ୍ମାର୍ଟ ହେଲଥ କାର୍ଡ ଆବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏହାସହ ଜିଲ୍ଲାରେ ୮୭୬ କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସବୁ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ରହିଛି ସ୍ୱାସ୍ଥ୍ୟ ସେବା ବାବଦରେ ୯ଟି ପ୍ରକଳ୍ପ ପାଇଁ ୧୪ କୋଟି ୧୩ ଲକ୍ଷ, ପାନୀୟ ଜଳ ଓ ପରିମଳ ସୁବିଧାର ୨୦ଟି ପ୍ରକଳ୍ପ ପାଇଁ ୩୧୪ କୋଟି ୭୦ ଲକ୍ଷ, ସହରାଞ୍ଚଳ ୩୯ଟି ପ୍ରକଳ୍ପ ପାଇଁ ୨୭ କୋଟି ୨ ଲକ୍ଷ ଟଙ୍କା ରାସ୍ତା ଓ ସେତୁ ବାବଦରେ ୨୦ଟି ପ୍ରକଳ୍ପ ପାଇଁ ୧୬୦ କୋଟି ୩୪ଲକ୍ଷ ଟଙ୍କାର ପ୍ରକଳ୍ପ ରହିଛି । କାର୍ଯ୍ୟକ୍ରମରେ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ, ଡା. ନୃସିଂହ ସାହୁ, ସୀମାରାଣୀ ନାୟକ ଓ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ମଞ୍ଚାସିନ ରହିଥିଲେ ।

Leave a Reply

Your email address will not be published.