ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆସିଲେ ନାହିଁ ସିଏମସି କମିଶନର, ଧାରଣାରେ ବସି ରହିଲେ କର୍ପୋରେଟରମାନେ

କଟକ,(ନାଗରାଜ ନ୍ୟୁଜ): ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆସିଲେ ନାହିଁ ସିଏମସି କମିଶନର , ଧାରଣା ରେ ବସି ରହିଲେ ଉଭୟ କଂଗ୍ରେସ ଓ ବିଜେପି ର କର୍ପୋରେଟର ମାନେ । ଗତ କାଲି ସିଏମସି କମିଶନର ଙ୍କ ମାନମାନି ବ୍ୟବହାର ବିରୋଧରେ ଧାରଣା ରେ ବସିଥିଲେ କଂଗ୍ରେସ ଓ ବିଜେପି କର୍ପୋରେଟର ମାନେ ।। ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଆସିଥିଲେ , ଧାରଣା ରୁ ଉଠିଥାନ୍ତେ ଧାରଣା ଦେଇଥିବା କର୍ପୋରେଟର ମାନେ ଯେଉଁ ଭଳି ଭାବରେ ଗତ କାଳୀର ସିଏମସି କାଉନସିଲ ବୈଠକ ରେ ବିଭିନ୍ନ ବିଷୟ ନେଇ ପାଟି ତୁଣ୍ଡ ହୋ ହାଲା ହୋଇଥିଲା ତାହା ସେହି ବୈଠକ ରେ ସମାଧାନ କରାଯିବା କଥା । କିନ୍ତୁ ଏଭଳି କିଛି ନ ହୋଇ ବଡ଼ ଅଭାବନୀୟ ଭାବେ କର୍ପୋରେଟର ମାନେ ସିଏମସି ମୁଖ୍ୟ ଫାଟକ ପାଖରେ ନ ଖାଇ ଧାରଣା ରେ ସାରା ରାତି ବସି ରହିଲେ । ବିଭିନ୍ନ ପ୍ରସଙ୍ଗ କୁ ଆଲୋଚନା ନ କରିବା ,ବିଭିନ୍ନ ପ୍ରକଳ୍ପ ଉଦଘାଟନ ବେଳେ ନିର୍ବାଚିତ କଂଗ୍ରେସ ବିଧାୟକ ଙ୍କୁ ନ ଡାକିବା ତଥା ଫଳକରେ ନାଁ ଉଲ୍ଲେଖ ନ କରିବା, କାର୍ଯ୍ୟ କୁ ଠିକ ଭାବରେ ନ କରିବା , ବିଭିନ୍ନ ଉର୍ଣ୍ଣତି ମୂଳକ କାର୍ୟ୍ଯ ରେ ଦୁର୍ନୀତି ର ବାସ୍ନା ହେବା ଓ ଏହାକୁ କର୍ପୋରେଟର ମାନେ ଉଠାଇ ବାରୁ ପାଟିତୁଣ୍ଡ କରିବା ନିହାତି ଭାବରେ ଏକ ଖରାପ ବାତାବରଣ ଆଜି ସୃଷ୍ଟି କରିଛି।। ସିଏମସି ର ମୁଖ୍ୟ ଯନ୍ତ୍ରୀ ଏତେ ବର୍ଷ ଧରି ଏଠାରେ କାମ କରିବା ,ତାଙ୍କର ବଦଳି ନ ହେବା ନିହାତି ଭାବରେ ଏହା ଅଲଗା ଦିଗ କୁ ଇଙ୍ଗିତ କରୁଛି।। ବୈଠକ ରେ ଅସମ୍ମାନ କରାଯିବା ଯାହା ଆମ ସ୍ୱାଭିମାନ କୁ ବାଧା ଦେଇଛି ତେଣୁ ଆମର ଦାବି ଉପରେ ଆମକୁ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ଆଗରେ ଧାରଣା ରେ ବସି ରହିଲେ କଂଗ୍ରେସ ଓ ବିଜେପି କର୍ପୋରେଟର ମାନେ ।

Leave a Reply

Your email address will not be published.