ପେନସନ ଅଦାଲତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅବସର ପରେ କୌଣସି ବି ସରକାରୀ କର୍ମଚାରୀ ଯେପରି ଯଥାଶୀଘ୍ର ପେନସନ ପାଆନ୍ତି ସେଥିପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।ପ୍ରତ୍ୟେକ ବିଭାଗ ସେମାନଙ୍କ ଅବସର ନେଉଥିବା କର୍ମଚାରୀ ମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ତ୍ୱରିତ ପ୍ରକ୍ରିୟାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସମସ୍ତ କର୍ମଚାରୀ ଦିନେ ନା ଦିନେ ଅବସର ନେବେ। ତେଣୁ ଅବସର ନେବା ପୂର୍ବରୁ ସମ୍ପୃକ୍ତ କର୍ମଚାରୀ ର ପେନସନ ସୁବିଧା ପାଇଁ ସରକାରୀ ନିୟମ ଅନୁସାରେ ପଦକ୍ଷେପ ନେବା ଉଚିତ।ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଏହା ହେଉଥିବାରୁ ଅଧିକ ସରଳ ଓ ତ୍ୱରାନ୍ୱିତ ଦୋଇ ପାରୁଛି ବୋଲି ସେ କହିବା ସହ ପ୍ରତ୍ୟେକ ବିଭାଗ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଂସ୍ଥା ବିଭାଗର ଡେପୁଟି କଲେକ୍ଟର ସୁମନ୍ତ କୁମାର କର ସର୍ବେଶେଷ ନିୟମ ଆଧାର ରେ ପେନସନ କାଗଜପତ୍ର ର ପ୍ରସ୍ତୁତି, ବିଭାଗର ଦାୟିତ୍ୱ ପେନସନର କୁ ସହାୟତା, ବିଭିନ୍ନ କ୍ଷେତ୍ରରେ ଥିବା ସମସ୍ୟା ଗୁଡିକ ସମ୍ପର୍କରେ ବିଷଦ ତଥ୍ୟ ସହ ଆଲୋଚନା କରିଥିଲେ। ଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ପେନସନର ଙ୍କୁ ସହଯୋଗ ସମ୍ପର୍କରେ ଅନୁରୋଧ କରିଥିଲେ।ଏହି ବୈଠକରେ ସଂସ୍ଥା ବିଭାଗର କର୍ମଚାରୀ ଓ ବିଭିନ୍ନ ବିଭାଗର ପେନସନ କାଗଜପତ୍ର ପରିଚାଳନା କରୁଥିବା କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published.