ରାସ୍ତାର ଅବସ୍ଥା ଶୋଚନୀୟ, ଶୁଣୁଣି ପ୍ରଶାସନ

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଟିଟିଲାଗଡ଼ ବ୍ଲକ ନିକଟସ୍ଥ ନାରେନ ଗ୍ରାମର ଉଚ୍ଚ ବିଦ୍ୟାଳୟ ରାସ୍ତାର ଅବସ୍ଥା ଦୀର୍ଘ ୨୦ ବର୍ଷ ହେବ ଶୋଚନୀୟ ଅବସ୍ଥାରେ ପଡିରହିଛି । ଓଡିଶା ନିଗମରୁ ଆସିଥିବା ଟଙ୍କାରେ ନିମ୍ନ ମାନର କାମ ହେତୁ ରାସ୍ତାରେ ସବୁବେଳେ ପାଣି କାଦୁଅ ଜମି ରହୁଛି । ଏହାଦ୍ଵାରା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଯିବା ଆସିବାରେ ବହୁତ ଅସୁବିଧା ହେବା ସହ ଲୋକେ ମ୍ୟାଲେରିଆ ଟାଇଫଏଡ଼ ଭଳି ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରାସ୍ତାରେ ସ୍ଥାନୀୟ ବିଧାୟିକା ଖେଳ ପଡିଆକୁ ମୁଖ୍ୟ ଅତିଥି ହୋଇ ଅନେକ ଥର ଯିବା ଆସିବା କଲେ ସୁଦ୍ଧା ରାସ୍ତା ଉପରେ ନଜର ପଡିଥିଲେ ମଧ୍ୟ ରାସ୍ତା ମରାମତି ହେଉନାହିଁ ।

ସ୍ଥାନୀୟ ସରପଞ୍ଚଙ୍କୁ ବହୁବାର ଗ୍ରାମବାସି ଅଭିଯୋଗ କରିଥିବା କହିଛନ୍ତି । ହେଲେ ଆଜି ପର୍ୟ୍ୟନ୍ତ କେହି ଅଧିକାରୀ ପଦକ୍ଷେପ ନେଉନାହାନ୍ତି । ଏହି କାରଣରୁ ଗ୍ରାମର ସମସ୍ତ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯଦି ଆଗକୁ ରାସ୍ତା ମରାମତି ନ ହୁଏ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published.