ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଛି ଭୋଟ ଗଣତି

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀର ଦୁଇଟି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି ପକ୍ରିୟା । ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବାଙ୍କୀ ବ୍ଲକର ୩୪ନମ୍ବର ଜୋନର ଭୋଟ ଗଣତି ହେଉଥିବାବେଳେ ସେହିପରି ବାଙ୍କୀ ରାଣୀଶୁକଦେଇ ମହିଳା କଲେଜ ପରିସରରେ ଡମପଡା ବ୍ଲକର ୩୭ନମ୍ବର ଜୋନର ଭୋଟ ଗଣତି ପକ୍ରିୟା ଚାଲୁ ରହିଛି । ୩୪ ନମ୍ବର ଜୋନରେ ଏକଟି ଜିଲା ପରିଷଦ ଓ ୭ଟି ଗ୍ରାମପଞ୍ଚାୟତ ପାର୍ଥିଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବାକୁ ରହିଥିବା ବେଳେ ସେପଟେ ୩୭ ନମ୍ବର ଜୋନରେ ରହିଛି ଏକଟି ଜିଲାପରିଷଦ ଓ ୯ଟି ଗ୍ରାମପଞ୍ଚାୟତ । ପ୍ରଥମେ ସମସ୍ତଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ ଖୋଲା ଯାଇ ଭୋଟ ବାକ୍ସ ଭୋଟ ଗଣତି କେନ୍ଦ୍ରକୁ ଅଣାଯାଇଥିଲା । ପରେ ବାଲଟ ପେପର ଅଲଗା କରାଯାଇ ଗଣନା ପକ୍ରିୟା ଚାଲୁ ରହିଛି । ଗଣତି ପରେ ଫଳାଫଳ ଘୋଷଣା ହେବବୋଲି ସୂଚନା ରହିଛି ।

Leave a Reply

Your email address will not be published.