ପୁରୀ ଜିଲ୍ଲାରେ ଭୋଟ ଗଣତି ଆରମ୍ଭ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ଜିଲ୍ଲାରେ ଭୋଟଗଣତି ଆରମ୍ଭ ହୋଇଛି । ଆଜି ଜିଲ୍ଲା ପରିଷଦ ଜୋନଂ ୧,୩,୬,୯,୧୧,୧୫, ୧୮,୨୨,୨୫,୨୮ ଏବଂ ୩୧ ର ଭୋଟ ଗଣତି କରାଯିବ । ୨୭ ତାରିଖରେ ଜୋନ ନଂ ୨,୪,୭,୧୦,୧୨, ୧୬,୧୯, ୨୩,୨୬,୨୯ ଓ ୩୨ରେ ଏବଂ ୨୮ ତାରିଖରେ ଜୋନ ନଂ ୫,୮, ୧୩,୧୪, ୧୭,୨୦,୨୧,୨୪, ୨୭,୩୦ ଏବଂ ୩୩ର ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ସଂପୃକ୍ତ ଜୋନ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଭୋଟ ଗଣାଯାଇ ଫଳ ପ୍ରକାଶ ପାଇବ । ସକାଳ ୮ ଘଟିକା ସମୟରୁ ଭୋଟ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ଗଣତି ନିମନ୍ତେ ସଂପୃକ୍ତ ବ୍ଲକରେ ଆନୁଷଙ୍ଗିକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ୧୭ ପ୍ଲାଟୁନ ଫୋର୍ସ ଜିଲ୍ଲା ର ୧୧ ଟି ବ୍ଲକ ରେ ରହିଛନ୍ତି । ଜିଲ୍ଲାରେ ପାଞ୍ଚ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇ ଗତକାଲି ଶେଷ ହୋଇଛି । ଜିଲ୍ଲାର ୨୬୮ଟି ଗ୍ରାମ ପଞ୍ଚାୟତର ୭୩୪୪ ଜଣ ୱାର୍ଡମେମ୍ବର, ୯୪୫ ଜଣ ସରପଞ୍ଚ, ୮୧୮ ଜଣ ସମିତି ସଭ୍ୟ ଏବଂ ୩୩ଟି ଜିଲ୍ଲା ପରିଷଦ ଜୋନର ୧୫୬ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ ।

Leave a Reply

Your email address will not be published.