ଗାଈ ଜନ୍ମ କଲା ଯୋଡ଼ା ବାଛୁରୀ 

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ବ୍ଲକ ଦେଉଳ ଗାଁ ପଞ୍ଚାୟତ ଅନ୍ତର୍ଗତ ବରପିଟା ଗ୍ରାମରେ ଗତ ରାତିରେ ଗୋଟିଏ ଗାଈ ଏକାସାଙ୍ଗେ ଦୁଇଟି ବାଛୁରୀ ଜନ୍ମ କରିଥିବା ଜଣାପଡିଛି । ଏକା ସଙ୍ଗେ ଦୁଇଟି ମାଈ ବାଛୁରୀ ଓ ଅଣ୍ଡିରା ବାଛୁରୀ ଜନ୍ମ କରିଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାରୁ ଗାଈ ଓ ବାଛୁରୀ ମାନଙ୍କୁ ଦେଖିବା ପାଇଁ ବରପିଟା ଗ୍ରାମର ଜଣେ ଏଆଇୱାର୍କରର ଶ୍ରବଣ କୁମାର ସାହୁ ଙ୍କ ଘରେ ଲୋକଙ୍କ ଭିଡ଼ ଜମିଛି । ଗାଈ ବାଛୁରୀ ଦ୍ବୟ ସୁସ୍ଥ ରହିଛନ୍ତି । ଶ୍ରବଣ କୁମାର ସାହୁ ରୁଗୁଡିପଡା ଓମଫେଡ ସୋସାଇଟି ଏଆଇ ଭାବରେ କାମ କରନ୍ତି ।

Leave a Reply

Your email address will not be published.