ବିଡି ୟୁଥ କ୍ଲବ ଦ୍ଵାରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ, ବୁଦାଖୁଣ୍ଟା ଓ ଦୁର୍ଗାପୁର ଠାରେ ଆଜି ଦେବଗିରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ ହୋଇଯାଇଛି । ଏହି ଖେଳକୁ ବଡ଼ପୋଖରୀ ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ଦାସ, ପୂର୍ବତନ ସରପଞ୍ଚ ସମିତି ସଭ୍ୟ ପ୍ରଭାକର ସାହୁ ଶୁଭ ଉଦଘାଟନ କରିଥିଲେ । ପ୍ରତ୍ୟେକ ବର୍ଷ ପରି ଏଥର ମଧ୍ୟ ଏହି ଖେଳ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟ ୩ ଦିନ ଧରି ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଟିମକୁ ନେଇ ଅନୁଷ୍ଠିତ ହେବ । ଏମସିସି ବାଲେଶ୍ବର, ବେଣ୍ଡର ଷ୍ପ୍ରାଇଟ ସୋର, ହିଟ ମାଇଣ୍ଡ ଆଗରପଡା, ମିସାଇନ ମିଟ ବାଲେଶ୍ବର, ରେଣ୍ଡମ ଆଲ ଷ୍ଟାର ବାଗୁଡି, ଛେନାପତି, ବେତଡ଼ାକୁ ନେଇ ଏହି ଖେଳ ଅନୁଷ୍ଠିତ ହେବ । ଆସନ୍ତା ଜାନୁଆରୀ ୨୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ଲବର ସଭାପତି ଓ ସମ୍ପାଦକ ପ୍ରକାଶ କରିଛନ୍ତି । କ୍ଳବର ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଖେଳକୁ ଦେଖିବା ପାଇଁ ବହୁ ଦର୍ଶକ ମଧ୍ୟ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.