ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଦାବୀ

ପୁରୀ, (ନାଗରାଜ ନ୍ୟୁଜ): ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଦୃଢ଼ ଦାବୀ ହୋଇଛି । ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର ପରୀକ୍ଷା ବାତିଲ ଦାବୀରେ ଆଜି କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବର୍ଷକର କୋର୍ସ ମାତ୍ର ଦେଢ଼ ମାସ ପଢ଼ାଯାଉଛି । ଅନେକ ଛାତ୍ରଛାତ୍ରୀ ଗରିବ ହୋଇଥିବାରୁ ଅନଲାଇନ କ୍ଲାସ ଠିକ ଭାବେ କରିପାରିନାହାନ୍ତି । ଚଳିତବର୍ଷର କୋର୍ସ ଶେଷ ମଧ୍ୟ ହୋଇନାହିଁ ଏଭଳି ସ୍ଥଳେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଶିକ୍ଷାମନ୍ତ୍ରୀ ଦେଇଥିବା ବୟାନ ଗ୍ରହଣୀୟ ନୁହେଁ।ଇଣ୍ଟରନାଲ ଆସେସମେଣ୍ଟ ମାର୍କକୁ ଭିତ୍ତି କରି ପରୀକ୍ଷା ଫଳ ବାହାର କରିବାକୁ ଛାତ୍ରଛାତ୍ରୀ ଦାବୀ କରିଛନ୍ତି । ଏନେଇ କଲେଜ ଅଧ୍ୟକ୍ଷଙ୍କ ମାଧ୍ୟମରେ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ଦିଆଯାଇଛି । ପରୀକ୍ଷା ବନ୍ଦ ନହେଲେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.