ଉଦଯାପିତ ହେଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ଗ୍ରାମ ପଞ୍ଚାୟତ କାଳନ୍ଦା ଗୋପାଳ ଜୀଉ କ୍ରିକେଟ ଷ୍ଟାଡିୟମରେ ୬ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପନୀ ଦିବସରେ ଜାମକୁଣ୍ଡା କ୍ରିକେଟ ଟିମ ଓ ଭୋଗରାଇ କ୍ରିକେଟ ଟିମ ମଧ୍ୟରେ ହୋଇଥିଲା । ସକାଳେ ଜାମକୁଣ୍ଡା ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲେ ଏବଂ ବିପକ୍ଷ ଟିମ ଭୋଗରାଇକୁ ଫିଲ୍ଡିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ଜାମକୁଣ୍ଡା ଟିମ ବ୍ୟାଟିଂ କରି ୧୮.୧ ବଲ ରେ ସମସ୍ତ ୱଇକେଟ ହରାଇ ୧୧୩ ରନ କରିବାରେ ସମର୍ଥ ହୋଇଥିଲେ । ଜିତିବାର ଲକ୍ଷ୍ୟ ୧୧୪ ରନ କୁ ପିଛାକରି ଭୋଗରାଇ ୧୯.୪ ବଲ ରେ ୯ ଟି ୱଇକେଟ ହରାଇ ବିଜୟୀ ହାସଲ କରିଥିଲେ । ଏହି ଫାଇନାଲ ମ୍ୟାଚରେ ସୁନୀଲ ପାତ୍ରଙ୍କୁ ମ୍ୟାନ ଅଫ ଦା ମ୍ୟାଚ ଓ ସରୋଜ ସାହୁଙ୍କୁ ମ୍ୟାନ ଅଫ ଦା ସିରିଜ ବିବେଚିତ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବରେ ନବନିର୍ବାର୍ଚିତ ସରପଞ୍ଚ ଅରୁଣ କୁମାର ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ମୀନକେତନ ଦାସ ମହାପାତ୍ର, ଶିବନାରାୟଣ ପଟନାୟକ, ସଂଜୀବ କୁମାର ଗିରି, ଦୈତାରୀ ନାୟକ, ବାବୁରାମ ନାୟକ ଓ ଗିରିଜା ଶଙ୍କର ଚନ୍ଦ୍ ଉପସ୍ଥିତ ରହି ଉଭୟ ବିଜେତା ଟିମକୁ ନଗଦ ୯ ହଜାର ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଟିମକୁ ନଗଦ ୮ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ପ୍ରମୋଦ ସେନାପତି, ଲଷ୍ମୀଧର ପ୍ରଧାନ, ଅମରେନ୍ଦ୍ର ଦାସ, ଚକ୍ରଧର ଧଳ ଓ ଏସ କେ କଷି ଖେଳ ପରିଚାଳନା କରୁଥିଲେ । ଏହି ଟୋର୍ନାମେଣ୍ଟକୁ ଗୌରହରୀ ପାତ୍ର, ଉତ୍ତମ ଜେନା, ଦେବାଶିଷ ଦତ୍ତ, ରାକେଶ ବାରିକ, ଜୟଦେବ ନାୟକ, ସୁବ୍ରତ ବାରିକ, ତନ୍ମୟ ଦତ୍ତ, ଅମରେନ୍ଦ୍ର ଦାସ, ସୁନୀଲ ନାୟକ, ରାକେଶ ବାରିକ, ଗୋପୀ ପାତ୍ର, ନିର୍ମଳ ନାୟକ, ଜୟସଙ୍କର ଚନ୍ଦ, ପପୁ ଜେନା, ରିଙ୍କୁ ବାରିକ, ମାନସ ଦତ୍ତ, ଅରୁଣ ବିଶ୍ୱାଳ, ଟମି ସାହୁ, ଜଳିଆ ବାରିକ, ତନ୍ମୟ ଦତ୍ତ ଆଦି ସମସ୍ତ ମେମ୍ବରଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ।

Leave a Reply

Your email address will not be published.