ଅନ୍ଧବିଶ୍ୱାସର ପରାକାଷ୍ଠା, ନାବାଳିକା ସହ କୁକୁରର ବିଭାଘର

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ବାଜୁଛି ବାଜା l ନାଚୁଛନ୍ତି ଗ୍ରାମବାସୀ l ଖୋଲିଛି ନାଚଗୀତର ଆସର l ସମସ୍ତେ ବିବାହ କାର୍ଯ୍ୟରେ ବ୍ୟସ୍ତ l ହେଲେ ଆଶ୍ଚର୍ଯ୍ୟ କଥା ଏଠି କନିଆର ବୟସ 10 ବର୍ଷ ହୋଇଥିବା ବେଳେ ତାର ବାହାଘର ହେଉଛି ଗୋଟିଏ କୁକୁର ସହ l ଜନ୍ମ ସମୟରେ ଦାନ୍ତ ଉଠିଥିଲା ବୋଲି କୁକୁର ସହିତ ଏକ ଶିଶୁକନ୍ୟାର ବିବାହ କରାଯାଇଛି । ଗୋଟେ ପକ୍ଷରେ ଗତକାଲି ସାରା ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ କରାଯାଇ ସମସ୍ତ ମହିଳାଙ୍କ ଯଶଗାନ କରାଯାଉଛି । ନାରୀ ସଶକ୍ତିକରଣ ଏବଂ ବାଲ୍ୟ ବିବାହ ରୋକିବାକୁ ବିଭିନ୍ନ ଅଭିଯାନ କରାଯାଉଛି । ହେଲେ ଅନ୍ୟ ପକ୍ଷରେ ଗତକାଲି ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କରାଗଳା ପଂଚାୟତ ଅନ୍ତର୍ଗତ ଦେବଗନ ସହି ର ଜଣେ ନାବାଳିକାଙ୍କୁ ନେଇ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ଜନ୍ମ ସମୟରେ ମାଢିରେ ଦାନ୍ତ ଉଠିଥିବାରୁ ଅନ୍ଧବିଶ୍ୱାସ ଏବଂ ଶିଶୁର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଏଭଳି ହୀନ କାର୍ଯ୍ୟ କରାଯାଇଛି ।

ଢେଙ୍କାନାଳରୁ ସୋମ୍ୟରଞ୍ଜନ ମହାନ୍ତିଙ୍କ ରପୋର୍ଟ

Leave a Reply

Your email address will not be published.