ମାଟି ଅତଡା ଖସି ପରିବା ବ୍ୟବସାୟୀ ମୃତ

ବାରଙ୍ଗ, (ନାଗରାଜ ନ୍ୟୁଜ ): କଟକର ବିଶିଷ୍ଟ ପରିବା ବଜାର ଛତ୍ରବଜାର ମଧ୍ୟ ଦେଇ ଯାଇଥିବା ଏବଂ ନୂଆକରି ରାଣୀହାଟକୁ ସଂଲଗ୍ନ କରୁଥିବା ରାସ୍ତା ଆଜି ଭୁସୁଡି ପଡିଛି । ଏହି ରାସ୍ତାକୁ ସଂଲଗ୍ନ କରୁଥିବା ମାଟି ଅତଡା ଖସି ଜଣେ ପରିବା ବ୍ୟବସାୟିଙ୍କର ମୃତ୍ୟୁ ଘଟିବା ସହ ଦୁଇଜଣ ବ୍ୟବସାୟୀ ଆହତ ହୋଇଛନ୍ତି । ଘଟଣାରୁ ଜଣାଯାଏ ଯେ ଏଠାରେ କାର୍ଯ୍ୟ ସମୟରେ କୌଣସି ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଅନୁପସ୍ଥିତ ରହିବା ଫଳରେ ଅନ୍ୟ ଶ୍ରମିକମାନଙ୍କର ମନୋମୁଖୀ କାର୍ଯ୍ୟ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ସର୍ବସାଧାରଣରେ ମତପ୍ରକାଶ ପାଉଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଅନ୍ୟନ୍ୟ ଅଧିକାରୀଙ୍କ ସହ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି ଏବଂ କଟକ ପୋଲିସ ବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଘଟଣା ପ୍ରତି ନଜର ରଖିଛନ୍ତି ।

ବାରଙ୍ଗରୁ ରଜତ କୁମାର ମୁଦୁଲିଙ୍କ ରିପୋର୍ଟ

Leave a Reply

Your email address will not be published.