ନନ୍ଦନକାନନରେ ଓଟପକ୍ଷୀର ମୃତ୍ୟୁ

ଭୁବନେଶ୍ଵର, (ନାଗରାଜ ନ୍ୟୁଜ ): ନନ୍ଦନକାନନ ପ୍ରାଣୀ ଉଦ୍ୟନର ୭୨ ନମ୍ବର ଖୁଆଡରେ ରହୁଥିବା ଏକ ମାଈ ଓଟପକ୍ଷୀର ଶନିବାର ସକାଳେ ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାର ବୟସ ୯ ବର୍ଷ ହୋଇଥିଲା। ସେ ସକାଳୁ ଖୁଆଡ ମଧ୍ୟରେ ମରିପଡିଥିବାର ଦାୟୀତ୍ଵରେ ଥିବା ଜନ୍ତୁ ରକ୍ଷକ ଦେଖିବାକୁ ପାଇଥିଲେ । ଓଟପକ୍ଷୀ ମୃତ୍ୟୁର କାରଣ ଜଣାପଡିନାହିଁ। ମୃତ୍ୟୁର କାରଣ ଜାଣିବା ପାଇଁ ଓଟପକ୍ଷୀର ଶବକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ଓଟପକ୍ଷୀଟିର ମୃତ୍ୟୁ ଫଳରେ ନନ୍ଦନକାନନରେ ଏହି ପ୍ରଜାତି ସଂଖ୍ୟା ୩ କୁ ହ୍ରାସ ପାଇଛି। ଏମାନଙ୍କ ମଧ୍ୟ ରେ ଗୋଟିଏ ମାଈ ଓ ଦୁଇଟି ଅଣ୍ତିରା ଅଛନ୍ତି। ସୂଚନାଯୋଗ୍ୟ ଗତ ୨୦୧୪ ମସିହା ସେପ୍ଟେମ୍ବର ୨୯ ତାରିଖରେ ତାମିଲନାଡୁର ପୋଷ୍ଟଗ୍ରାଜୁଏଟ ରିସର୍ଚ ଇନଷ୍ଟିଚୁଟ ଇନ୍‌ ଆନିମଲ ସାଇନସ୍ ସେଣ୍ଟରରୁ ନନ୍ଦନକାନକୁ ୨ ହଳ ଓଟପକ୍ଷୀଙ୍କୁ ଅଣାଯାଇଥିଲା।ଆସିବା ପରଠାରୁ ଏମାନଙ୍କର ସଫଳ ମିଳନ ହେଉଥିଲା ।

Leave a Reply

Your email address will not be published.