ଗର୍ଭଗୃହକୁ ପଶି ସିଂହାସନ ଛୁଇଁଲା ଭକ୍ତ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି  ଜଣେ ଭକ୍ତ । ଏଭଳି ଏକ ବଡ ଘଟଣା ଏବେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କର ଭିତରକାଠ ଦର୍ଶନ ଚାଲିଥିଲା । ଏହି ସମୟରେ ଜଣେ ଭକ୍ତ ଧୁକୁଡି ଦ୍ୱାରା ମଧ୍ୟ ଦେଇ ଭିତରକୁ ପ୍ରବେଶ କରିଥିଲେ । ପରେ ଦୌଡ଼ି ଦୌଡ଼ି ଯାଇ ଗର୍ଭଗୃହରେ ରତ୍ନସିଂହାସନକୁ ଛୁଇଁ ପ୍ରଣାମ କରିଥିଲେ ।

ଏହାଦେଖି ସେଠାରେ ଉପସ୍ଥିତ ଥିବା ଜେଟିପି ଓ ପ୍ରତିହାରୀ ସେବକ ତାଙ୍କୁ ଧରି ଗାରଦକୁ ନେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନାହିଁ । କଡ଼ା ସୁରକ୍ଷା ପରେ ମଧ୍ୟ ଏହା କିପରି ହୋଇପାରିଲା ତାହାକୁ ନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ଉଠିଛି । କରୋନା ପାଇଁ ସାମାଜିକ ଦୂରତା, ଦୀପ, ଭୋଗ ତଥା ଠାକୁରଙ୍କ ଛୁଇଁବା ଉପରେ ରୋକ୍ ଲାଗିଥିବା ବେଳେ ଏପରି କାର୍ଯ୍ୟପରେ ଚିନ୍ତାରେ ମନ୍ଦିର ପ୍ରଶାସନ ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ପରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ବର୍ତ୍ତମାନ କଟକଣାକୁ ପାଳନ କରି ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି । ଏହି ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

Leave a Reply

Your email address will not be published.