ବିଷ ପିଇ ଚାଷୀ ଆତ୍ମହତ୍ୟା

 

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପାଟଣାଗଡ ବ୍ଲକ ଧୁବଲପଡା ପଞ୍ଚାୟତ ଅନ୍ତର୍ଗତ ଭାଲୁଜୁରୀ ଗାଁର ଯୁଧିଷ୍ଠିର ଭୋଇ (୪୦) ଗତ ୩ତାରିଖ ଅପରାହ୍ନ ୫ଟା ସମୟରେ ନିଜ ଚାଷ ଜମିକୁ ଦେଖିବାକୁ ଯାଇଥିଲା । ପଡିଆ ଜମିକୁ ଦେଖି ଭାରସାମ୍ୟ ହରାଇ କୀଟନାସକ ବିଷ ପିଇ ଘରଭୀତରେ ଶୋଇ ପଡ଼ିଥିଲା । ପରିବାର ଲୋକେ ଅଚେତ ଅବସ୍ଥାରେ ଦେଖି ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ହସ୍ପିଟାଲ ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଖବର ପାଇ ପାଟଣାଗଡ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଡା. ପୁଷ୍ପାଞ୍ଜଳୀ ପଣ୍ଡା ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚଥିଲେ । ପ୍ରଶାସନିକ ଅଧିକାରୀଙ୍କୁ ଦେଖିବା ପରେ ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବସୀ ଦାବି କରିଥିଲେ ।

Leave a Reply

Your email address will not be published.