ଅଲୌକିକ କୁମିଆପାଲି ଗାଁର ଧବଳେଶ୍ଵର ମନ୍ଦିର, ପ୍ରଭୁଙ୍କର ରହିଛି ଅଶେଷ ମହିମା

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ପଶ୍ଚିମାଞ୍ଚଳ ହେଉଛି ଶକ୍ତି ଆରାଧନ ର ଏକ ପ୍ରମୁଖ ସ୍ଥଳ । ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଶହ ଶହ ବର୍ଷ ପୂର୍ବରୁ ଶକ୍ତି ପୂଜା ପାଉଛନ୍ତି । ଅନେକ ଶକ୍ତି ପୀଠ ସଂପର୍କରେ ଓଡ଼ିଶାର ଜନସାଧାରଣ ପରିଚିତ ଥିବାବେଳେ, ଏହି ପୀଠ ବିଷୟରେ କେହି ଅବଗତ ନାହାଁନ୍ତି । ସେହିଭଳି ଏକ ପୀଠ ହେଉଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ କୁମିଆଁପାଲି ଗ୍ରାମର ଶକ୍ତି ପୀଠ ।
ଓଡ଼ିଶାରେ ବିଭିନ୍ନ ଶକ୍ତି ପୀଠ ରହିଛି ମାତ୍ର ବଲାଙ୍ଗୀର ଜିଲ୍ଲା ଲୋଇସିଂହା କୁମିଆଁପାଲି ଗାଁର ଶକ୍ତିପୀଠର ସ୍ୱତନ୍ତ୍ରତା ରହିଛି । ଏହିକ୍ଷେତ୍ର ହେଉଛି ଧବଳେଶ୍ଵର ବାବା ଶକ୍ତି ଓ ମା’ ଭୈରବୀଙ୍କ ଅପୂର୍ବ ମିଳନ ପୀଠ ସ୍ୱୟଂ ଲିଙ୍ଗ ଆର୍ବିଭାବ ଯେପରି ଆଚାର୍ୟ୍ୟ ଜନକ ତାଙ୍କର ମହିମା ସେପରି ବିସ୍ମୟ । ମହାଦେବ ଧବଳେଶ୍ଵର ବାବାଙ୍କ ସମେତ ପାର୍ଶ୍ଵ ଦେବାଦେବୀ ଭାବରେ ଗଣେଶ , କାର୍ତ୍ତିକ, ଚଣ୍ଡି, ମା’ ଭୈରବୀ, କାଳଭୈରବୀ, ଛତରବାଉତୀ, ମା’ ଦକ୍ଷିଣ କାଳୀ, ହନୁମାନ ଓ ଦ୍ଵାରପାଳ ଜୟ ବିଜୟ ଆଦି ଦେବତା ପୂଜା ପାଉଛନ୍ତି ବୋଲି ମନ୍ଦିର କମିଟି ର ଆବାହକ କାହ୍ନୁ ଚରଣ ମିଶ୍ର, ଉପସଭାପତି ଗନ୍ଧର୍ବ ବରିହା ପ୍ରକାଶ କରିଛନ୍ତି ।

କିମ୍ବଦନ୍ତୀ ଅନୁସାରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ କୁମିଆଁପାଲି ଗ୍ରାମରୁ ପ୍ରାୟ ଅଧା କିଲୋମିଟର ଦୂରରେ ସୁକତେଲ ନଦୀ କୂଳରେ ଅବସ୍ଥିତ ଧବଳେଶ୍ୱର ପୀଠ । କେଉଁ ଆବହମାନ କାଳରୁ ଏହି ଶକ୍ତି ପୀଠର ଉତ୍ପତ୍ତି ହେଇଛି । ସଠିକ ତଥ୍ୟ ନଥିଲେ ବି ବହୁ ବର୍ଷ ପୂର୍ବରୁ ଗ୍ରାମର ସୁକତେଲ ନଦୀ କୂଳର ଉତ୍ତର ପାର୍ଶ୍ୱରେ ଗୋଟିଏ ସ୍ଥାନରେ ଅହରହ ଜଳ ପ୍ରବାହିତ ହେଉଥିବା ଦେଖାଯାଇଥିଲା । ଶିବଲିଙ୍ଗ ଆବିର୍ଭାବ ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଆବିର୍ଭୂତ ଧବଳେଶ୍ଵର ବାବା ଗ୍ରାମର ସ୍ଵର୍ଗତ ଗୈାନ୍ତିଆ ତ୍ରିଲୋଚନ ଥନାପତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଧବଳେଶ୍ଵର ବାବା ପାଇକ ସଂପ୍ରଦାୟର ସ୍ୱର୍ଗତ ଗୈାନ୍ତିଆ ତ୍ରିଲୋଚନ ଥନାପତିଙ୍କୁ ସ୍ୱପ୍ନାଦେଶରେ ପୂଜାର୍ଚ୍ଚନା କରିବାକୁ କହିଥିବା ଗୈାନ୍ତିଆ ଝାଟିମାଟି ଘର କରିବା ସହ ବାବାଙ୍କ ପୂଜାର୍ଚ୍ଚନା କରିବା ପାଇଁ ପୂଜକ ଭାବେ ସ୍ୱର୍ଗତ ମନବୋଧ ଥନାପତି ନିଯୁକ୍ତ କରିଥିଲେ । ବାବାଙ୍କ ପୂଜାର୍ଚ୍ଚନା କରିବା ଫଳରେ ସିଦ୍ଧିତ୍ୱ ଲାଭ କରିବା ସହ ସୌଭାଗ୍ୟ ବର୍ଦ୍ଧିତ ହୋଇ ଶିବତ୍ୱ ଲାଭ କରିଥିଲେ । ସେହିଦିନ ଠାରୁ ତାଙ୍କର ବଂଶିୟ ଉତ୍ତରାଧିକାରୀ ଭାବେ ରିଜନଥନାପତି ଓ ଯୁଧିଷ୍ଠିର ଥନାପତି ପୂଜାର୍ଚ୍ଚନା କରିଆସୁଛନ୍ତି । ପବିତ୍ର ପୀଠର ମହିମା ଏକ ଝାଟିମାଟି କୁଡ଼ିଆରେ ଧବଳେଶ୍ଵର ବାବା ଓ ମା’ ଭୈରବୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବା ଦେବୀ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଥିଲେ । ଧବଳେଶ୍ଵର ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ଆଖପାଖ ୨୦ ଖଣ୍ଡ ଗାଁର ଲୋକେ ନିଜେ ନିଜେ ଚାନ୍ଦା ଆଦାୟ କରି ମନ୍ଦିର ନିର୍ମାଣ ପାଇଁ ମନସ୍ଥ କରିଥିଲେ । ମନ୍ଦିର ପରିଚାଳନା କମିଟିର ଆବାହକ ତଥା ସଭାପତି ଅବସର ଶିକ୍ଷକ କାହ୍ନୁ ଚରଣ ମିଶ୍ର ଓ ଉପସଭାପତି ଗନ୍ଧର୍ବ ବରିହାଙ୍କ ସହ ପରିଚାଳନା କମିଟି ସମସ୍ତ କର୍ମକର୍ତାଙ୍କ ସହ କୋଡିଏ ଖଣ୍ଡ ଗ୍ରାମର ଅଧିବାସୀ ସହଯୋଗରେ ମନ୍ଦିର ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି । ଶହଶହ ଭକ୍ତ ଆଶନ୍ତି ଏହି ପୀଠକୁ । ମନସ୍କାମନା ପୂରଣ ପାଇଁ ମାନସିକ କରିଥାନ୍ତି । ବର୍ତ୍ତମାନ ଆରାଧ୍ୟ ଶକ୍ତି ପୀଠର ପୂଜକ ରିଜନ ଥନାପତି ଓ ଯୁଧିଷ୍ଠିର ଥନାପତି । ପ୍ରତି ସୋମବାର, ଦଶହରା, କାର୍ତ୍ତିକ, ମାଘ, ଫାଲଗୁଣ, ନାମଯଜ୍ଞ,ଏକାଦଶୀ, ସଂକ୍ରାନ୍ତି, ଶିବରାତ୍ରି ଓ ଶ୍ରାବଣରେ ପ୍ରବଳ ବୋଲବମ ଭକ୍ତଙ୍କ ସମାଗମରେ ପୂରି ଉଠେ ଧବଳେଶ୍ୱର ପୀଠ । ପାଟଣାଗଡ଼ର କର୍ମକାଣ୍ଡ ଜ୍ୟୋତିଷ ପଣ୍ଡିତ ଅଇଠୁଁ ଆଚାର୍ୟ୍ୟ ଶକ୍ତି ପୀଠର ସଫଳ କାମନା ଭକ୍ତମାନେ ପାଇଥାନ୍ତି ବୋଲି ପ୍ରକାଶ କରିଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁମାନେ ସଙ୍କଟ ମୋଚନ ପାଇଁ ଧବଳେଶ୍ୱର ବାବଙ୍କ ଠାରେ ଗୁହାରି କରିଥାନ୍ତି । ଏହି ଶକ୍ତି ପୀଠ ଏତେ ପ୍ରତିଜ୍ଞାଶୀଳ ଯେ ପୁତ୍ର ସନ୍ତାନ ଓ ଅନ୍ୟାନ୍ୟ ମନସ୍କାମନା ପୂର୍ଣ୍ଣ ଲାଗି ମନ୍ଦିର ବେଢାରେ ଗୁହାରି ପଡୁଥିବା ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଇଶ୍ୱର ଦତ୍ତ ପ୍ରକୃତି ଏହି ଶକ୍ତି ପୀଠର ଯୋଥୋଚିତ ବିକାଶର ଆବଶ୍ୟକ ରହିଛି ବୋଲି ପରିଚାଳନା କମିଟିର ଆବାହକ କାଁହ୍ନୁ ଚରଣ ମିଶ୍ର କହିଛନ୍ତି ।

Leave a Reply

Your email address will not be published.