ରାଜ୍ୟସ୍ତରୀୟ ନେତାଜୀ ଜୟନ୍ତୀ ପାଳିତ

କଟକ, (ନାଗରାଜ ନ୍ୟୁଜ): ସର୍ବଭାରତୀୟସ୍ତରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ନେତାଜୀ ଜୟନ୍ତୀ କଟକ ସହିଦ ଭବନଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କେନ୍ଦ୍ର ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟ ସଭା ସାଂସଦ ସୁଭାଷ ଚନ୍ଦ୍ର ସିଂ ଯୋଗଦେଇଥିଲେ । ପାଠ୍ୟ ପୁସ୍ତକରେ ନେତାଜୀଙ୍କ ଜୀବନୀ ତଥ୍ୟ ସମ୍ବଳିତ ଅଧିକ ବିଷୟ ଅନ୍ତର୍ଭୁକ୍ତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱର ଦୂର ଦର୍ଶନ କେନ୍ଦ୍ର ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ମିଶ୍ର, ବିଶିଷ୍ଟ ସମାଜ ସେବୀ ବଡ ଗୁରୁମା ଅରୁନ୍ଧତୀ ଦେବୀ ଓ ଓଡ଼ିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶୁଭ ବିକାଶ ପଣ୍ଡା ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ପ୍ରତି ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପ୍ରଶଂସା ପତ୍ର, ଆର୍ଥିକ ପ୍ରୋତ୍ସାହନ ଏବଂ ମେଡାଲ ପ୍ରଦାନ କରାଯାଇଥିଲା ।ଦେଶ ଓ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ଵ ହାସଲ କରିଥିବା ସମାଜ ସେବୀ ପରିବେଶ ବିତ ଶିକ୍ଷାବିତ୍ ସଙ୍ଗୀତଜ୍ଞ ଓ କଳାକାରମାନଙ୍କୁ କଳିଙ୍ଗ ଭାରତୀ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ରାଜ୍ୟର ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ନୁପୁର ଓ ବିଶିଷ୍ଟ ଗାୟିକା ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ବାବୁଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା । ସଙ୍ଗଠନର ରାଜ୍ୟ ସଂଯୋଜକ ଶିକ୍ଷାବିତ୍ ଅକ୍ଷୟ କୁମାର ଷଡଙ୍ଗୀ କାର୍ୟ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ନେତାଜୀଙ୍କ ଉପରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ । ଫାଉଣ୍ଡେସନର କାର୍ୟ୍ୟକାରୀ କମିଟିର ସଭ୍ୟ ସଭ୍ୟା ବିଜୟ ସାମଲ, ପବିତ୍ର ମୋହନ ପ୍ରଧାନ, ଅଜୟ କୁମାର ସାମଲ, ରଶ୍ମିତା ଜେନା, ହେମନ୍ତ ପାତ୍ର, ସନ୍ତୋଷ ମହାପାତ୍ର, ଈ.ସୁଭ୍ରଜିତ ସ୍ୱାଇଁ, ପ୍ରଦୀପ ମହନ୍ତ, ଅଭୟ ସାହୁ, ଓ ଡା. ସୁଜାତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.