କେନ୍ଦ୍ରାପଡା ମଣିଷ ମରା ହାତୀ ପ୍ରେମରେ ଢେଙ୍କାନାଳ ବନ ବିଭାଗ, ରିଜର୍ଭ ଫରେଷ୍ଟକୁ ଘେରିଲେ ଅଞ୍ଚଳବାସି

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): କେନ୍ଦ୍ରାପଡ଼ା ମଣିଷ ମରା ହାତୀକୁ ସ୍ଥାନାନ୍ତରିତ କରିବା ଘଟଣାରେ ଫସିଯାଇଛନ୍ତି ଢେଙ୍କାନାଳ ବନ ବିଭାଗର ଅଧିକାରୀ ଡିଏଫଓ ପ୍ରକାଶ ଗୋଗିନାନୀ,ଏସିଏଫଓ ରଶ୍ମି ରଞ୍ଜନ ସ୍ୱାଇଁଙ୍କ ସହିତ କପିଳାସ ଓ ଷଡ଼ଙ୍ଗୀ ରେଞ୍ଜ ର ବନ କର୍ମଚାରୀମାନେ । ସାଧାରଣ ଜନତା ମାନଙ୍କ ଦାବି ରାତି ଅଧରେ ମଣିଷ ମରା ହାତୀକୁ କେନ୍ଦ୍ରାପଡ଼ାରୁ ଏକ ହାଇୱା ଯୋଗେ ଢେଙ୍କାନାଳ ଜିଲ୍ଲାର ଖଙ୍କିରା ରିଜର୍ଭ ଫରେଷ୍ଟର ମସାଣିଆ ପାଖରେ ହାତୀକୁ ଛାଡିବାର ଯେଉଁ ଘୃଣ୍ୟ ପ୍ରୟାସ କରିଥିଲେ, ତାହାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।

ଏହି କାରଣରୁ ଉକ୍ତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷମାନେ ରିଜର୍ଭ ଫରେଷ୍ଟକୁ ଘେରି ରଖିଥିଲେ । ସେମାନଙ୍କ କହିବା କଥା ଅନୁଯାୟୀ ହାତୀ ପ୍ରେମରେ ନ ପଡ଼ି ବନବିଭାଗ ଅଧିକାରୀ ହାତୀଟିକୁ ଚନ୍ଦକା ଅଭୟାରଣ୍ୟରେ ନେଇ ଛାଡ଼ିବା ପାଇଁ ଲିଖିତ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଶେଷରେ ଜନସାଧାରଣଙ୍କ ଦାବିକୁ ଢେଙ୍କାନାଳର ଡିଏଫଓ ମାନି ହାତିଟିକୁ କପିଳାସ ଚିଡ଼ିଆଖାନାରେ ନେଇ ରଖିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published.