ପାଠ ପଢାରେ ରୋଗ ସାଜିଛି ବାଧକ, ସରକାରଙ୍କୁ ସହାୟତା ପାଇଁ ନିବେଦନ

ବାଲେଶ୍ବର: ମନରେ କେତେ ଆଶା ଥିଲା ପାଠପଢି ମଣିଷ ହେବ । ନିଜ ଜନ୍ମମାଟି ତଥା ଜିଲ୍ଲାରେ ସୁନାମ ଅର୍ଜନ କରିବ । ହେଲେ ସବୁ ଆଶା ମଉଳି ଯାଇଛି । ରୋଗ ସାଜିଲି ଶତ୍ରୁ, ବିଛଣାରେ କଟୁଛି ଦିନ ।

ଏଭଳି ଏକ ଘଟଣା ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ କଇଥଗଡିଆ ଗ୍ରାମର ଡିହ ସାହିରେ ଦେଖିବାକୁ ମିଳିଛି । ୧୪ ବର୍ଷ ବୟସର ୮ମ ଶ୍ରେଣୀର ଛାତ୍ରୀ ଜନ ନାଇକି । କିଡନ୍ ଜନିତ ସମସ୍ୟା ଯୋଗୁ ନିଜ ପଢା ଠାରୁ ଦୂରେଇ ଯାଇଛି । ଅଭାବି ପିତା ଟୁନା ନାଇକି ଓ ମାତା ବିନତୀ ନାଇକି ପ୍ରଥମେ ଖଇରା, ଭଦ୍ରକ ଓ ପରେ କଟକ ବଡ଼ ମେଡିକାଲକୁ ଝିଅର ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ସମସ୍ତ ପ୍ରକାର ପରୀକ୍ଷା ପରେ ଗୋଟେ କିଡିନ୍ ଦୁର୍ବଳ ଥିବାର ଜାଣିବାକୁ ପାଇଛନ୍ତି । ଅର୍ଥ ଅଭାବରୁ ଅଧିକ ଉନ୍ନତ ଚିକିତ୍ସା କରିପାରୁ ନାହାନ୍ତି ପିତାମାତା । ଯଦି ସରକାର, ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ବଦାନ୍ୟ ବ୍ଯକ୍ତି ଠାରୁ କିଛି ଆର୍ଥିକ ସହାୟତା ମିଳନ୍ତା ଭଲ ଡାକ୍ତର ଦେଖାଇ ଝିଅକୁ ଭଲ କରିପାରନ୍ତେ ବୋଲି ଜନ ନାଇକିର ପରିବାର ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ୍‌

Leave a Reply

Your email address will not be published.