ବାଲ୍‌କୋନିରେ ବସି ମହାପ୍ରଭୂଙ୍କ ରଥଟଣା ଦେଖିପାରିବେ ନାହିଁ ସ୍ଥାନୀୟ ବାସିନ୍ଦା

ପୁରୀ: କରୋନା ମହାମାରୀ ହେତୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ଯାହା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି, କିନ୍ତୁ ଚଳିତ ବର୍ଷ ପୁରୀ ବଡ଼ଦାଣ୍ଡରେ ରଥଟଣା ବେଳେ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ଥିବା ଘର ଉପର ବାଲ୍‌କୋନିରେ ବସି ସ୍ଥାନୀୟ ବାସିନ୍ଦାମାନେ ରଥଯାତ୍ରା ଦେଖି ପାରିବେ ନାହିଁ । ରଥଯାତ୍ରା ପାଇଁ ଏଭଳି କଟକଣା ଜାରି କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ଶୁକ୍ରବାର ଅନୁଷ୍ଠିତ ବିଭିନ୍ନ ସେବାୟତ ନିଯୋଗର ବୈଠକ ବେଳେ ଖୁଣ୍ଟିଆ ନିଯୋଗର କର୍ମକର୍ତ୍ତାମାନେ ମଧ୍ୟ ଏଭଳି ଦାବି କରିଥିଲେ । ଜିଲ୍ଲାପାଳଙ୍କ ସହ ଖୁଣ୍ଟିଆ ନିଯୋଗର ଆଲୋଚନା ବେଳେ ଏହି ପ୍ରସ୍ତାବ ବି ଆସିଥିଲା । ଜବାବରେ ଜିଲ୍ଲାପାଳ କହିଥିଲେ ବଡ଼ଦାଣ୍ଡରେ ଉଭୟ ପାଶ୍ୱର୍ସ୍ଥିତ ଘର ବାଲ୍‌କୋନିରେ ରଥଟଣା ଦେଖିବାକୁ ମନା କରାଯିବ । ରଥଯାତ୍ରା ବେଳେ ଘର ଭିତରେ ରହିବେ ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଥିବା ହୋଟେଲ ସର୍ଭେ କରି ଖାଲି କରାଯିବ ।

ଗୋଟିଏ ରାତି ପୂର୍ବରୁ ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବବର୍ଷ ଭଳି ଏହି କଟକଣା ଲାଗୁ ହେବ । ରାଜ୍ୟ ସରକାର ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଜରିଆରେ ରଥଯାତ୍ରା ରଥଟଣାର ସିଧା ପ୍ରସାରଣ କରିବାର ବ୍ୟବସ୍ଥା କରିଛନ୍ତି । 

Leave a Reply

Your email address will not be published.