ଭିମସାରରୁ ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀରୁ ସାମାନ୍ୟ ଆସ୍ବସ୍ତି ମିଳିଥିବାବେଳେ ବ୍ଲାକ ଫଙ୍ଗସ ଡର ସୃଷ୍ଟି କଲାଣି । ସମ୍ବଲପୁରର ବୁର୍ଲାସ୍ଥିତ ଭିମସାରରୁ ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନଙ୍କୁ ଭିମସାରର ସ୍ୱତନ୍ତ୍ର ବିଭାଗରେ ଚିକିତ୍ସା କରାଯାଉଛି ବୋଲି ଭିମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ କହିଛନ୍ତି ।

ପୂର୍ବରୁ ବ୍ଲାକ୍ ଫଙ୍ଗସରେ ବୁର୍ଲା ଭିମସାରରେ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୨୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଇଏନ୍‌ଟି ବିଭାଗ, ମେଡିସିନ୍ ଏବଂ ଚକ୍ଷୁ ବିଭାଗର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ଏହି ରୋଗୀଙ୍କ ଚିକିତ୍ସା ଚାଲିଛି । ତେବେ ଆଜି ପୁଣି ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି।

Leave a Reply

Your email address will not be published.