ଖଇରା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଦୋଳ ମେଲଣ ଯାତ୍ରା

ଖଇରା, (ନାଗରାଜ ନ୍ୟୁଜ): ଖଇରା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଦୋଳ ମେଲଣ ଯାତ୍ରା । ଏମିତି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଅଞ୍ଚଳର ଡାଲଙ୍ଗ,ଜଳଦା,ଜୟ ନାରାୟଣ ପୁର, ବଡ଼ପୋଖରୀ,ଛତରା,ରୋଦନ ପୁର,ପଲ୍ଲା ସାହି,ମାଣିଫୁରୁ,ଏଇ ସବୁ ଗ୍ରାମରେ ପ୍ରଭୁ ରାଧା କୃଷ୍ଣ ଙ୍କ ମିଳନ ଫାଲୁଗୁନ,ମାସ ଶୁକ୍ଳପକ୍ଷ ରୁ ଆରମ୍ଭ ହୋଇ ଥାଏ । ଏହି ଦୋଳ ମେଲଣରେ 9ଟି ବିମାନ ଆସିଥାନ୍ତି ଡାଲଙ୍ଗ ତୋଷିକାନ୍ତ ପାଢ଼ୀ,ଡାଲଙ୍ଗ ଗୋବିନ୍ଦ ପ୍ରସାଦ ଶତପଥୀ,ଡାଲଙ୍ଗ ଗଜେନ୍ଦ୍ର ପଣ୍ଡା,ଡାଲଙ୍ଗ ସିନାଥ ପାଣିଗ୍ରାହୀ, ପଲ୍ଲା ସାହି ପୁରସ୍ତମ ମହାନ୍ତି, ରୋଦନପୁରୁ ସୁଶାନ୍ତ ପାଢ଼ୀ, ବଡ଼ ପୋଖରୀ ମହାପାତ୍ର, ଜୟ ନାରାୟଣ ପୁର ଦାମୋଦର ମିଶ୍ର , ଜୟ ନାରାୟଣ ପୁର କରୁଣାକର ମିଶ୍ର , ପ୍ରଭୁ ରାଧା କୃଷ୍ଣ ଠାକୁର 9ଟି ଜାଗାରେ ପହଞ୍ଚି ମେଳଣ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ପ୍ରଭୁ ଶ୍ରୀ ରାଧା କୃଷ୍ଣ ସମସ୍ତ ଠାକୁର ବାଢ଼ିବାର ସମ୍ମଧା ମାନେ ପହଞ୍ଚି ଝାଞ୍ଚ, ମୃଦଙ୍ଗ, ଶଙ୍ଖ, ଘଣ୍ଟା, ହରିବୋଲ,ହୁଳହୁଳି,ସହ ବାଟ ପଟୁଆରେ ମେଲଣ ପଡିଆକୁ ପ୍ରଭୁ ଶ୍ରୀ ରାଧା କୃଷ୍ଣ ଠାକୁର ଆସିଥାନ୍ତି । ଠାକୁର ବାଢ଼ିବାର ମାଲିକ ମାଧ୍ୟମ ରେ 9 ଟି ବିମାନ ବସାଇ ଏବଂ ଭଜନ ସଂଧ୍ୟା ଏବଂ ପ୍ରଭୁଙ୍କର ପୂଜାର୍ଚ୍ଚନା ଓ ଆଳତି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ । ଭକ୍ତ ମାନେ ଫଗୁ ଖେଳିକୁ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ଭାଈ ଚାରା ବଢେଇ ଥାଆନ୍ତି ।ଖଇରା ଆଖପାଖ ଅଞ୍ଚଳ ରୁ ସୁଚିତ ବିମାନ ରେ ବିରାଜମାନ କରିଥାନ୍ତି,ଏହି ସବୁ ଜାଗାରେ ମେଳଣ ପ୍ରାୟ ପୂର୍ବ ପୁରୁଷ ଏଠାରେ ପାଳନ ହୋଇ ଆସୁଛି ।ପ୍ରଭୁ ଙ୍କର ପୂଜାର୍ଚ୍ଚନା ଓ ଆଳତି ଏବଂ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଦେଖିବା ପାଇଁ ଖଇରା ରୁ ଆଖପାଖ ଅଞ୍ଚଳ ରୁ ବହୁ ଭକ୍ତ ଙ୍କର ସମାଗମ ହୋଇଥାଏ ।

ବାଲେଶ୍ବର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.