ଆକସ୍ମିକ ଅଗ୍ନିକାଣ୍ଡରେ ୩ ବଖରା ଗୃହ ନଷ୍ଟ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ତହସିଲ କୁପାରୀ ଆର. ଆଇ. ସର୍କଲ ଅଧିନ ବାଉଁଶଗଡିଆ ଗ୍ରାମରେ ଘଟିଯାଇଛି ଆକସ୍ମିକ ଅଗ୍ନିକାଣ୍ଡ । ଖବର ସଂଗ୍ରହରୁ ଜଣାଯାଇଛି ଯେ, ଗତକାଲି ବାଉସଗଢ଼ିଆ ଗ୍ରାମର ରାମ ସିଂ ପରିବାରର କେହି ଘରେ ନଥିଲେ । ରାତ୍ରି ପ୍ରାୟ ଘ ୧୧.୩୦ ମି. ସମୟରେ ପରିବାର ଶୂନ୍ୟ ଘରଟି ହଠାତ୍ ଜଳି ଉଠିଥିଲା । ଏହାଦେଖି ପାଖ ପଡୋଶୀ ଉଦ୍ଧାର ନିମନ୍ତେ ଘଟଣା ସ୍ଥଳକୁ ଦୌଡ଼ି ଆସିବା ସହିତ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ୩ ବଖରା ଘର ସମ୍ପୂର୍ଣ ପୋଡି ଯାଇଛି ।

Leave a Reply

Your email address will not be published.