ଯୋବ୍ରା ମହାନଦୀ ବ୍ୟାରେଜରୁ ହାତୀର ମୃତ ଦେହ ଉଦ୍ଧାର

କଟକ, (ନାଗରାଜ ନୁ୍ୟଜ): ମୁଣ୍ଡୁଳି ବ୍ୟାରେଜର ପ୍ରଖର ସ୍ରୋତରେ ଭାସି ଯାଇଥିବା ନିଖୋଜ ହାତୀର ମୃତ ଦେହ କଟକ ଯୋବ୍ରା ମହାନଦୀ ବ୍ୟାରେଜରେ ଲାଗିଛି । ବ୍ୟାରେଜର ୨୬ ନମ୍ବର ଗେଟ ତଳେ ଲାଗିଛି ହାତୀର ମୃତ ଦେହ ।

ଗେଟଟି ବନ୍ଦ ଥିବାରୁ କେବଳ ହାତୀର ଗୋଡ ଦେଖାଯାଉଛି । ପୋଲିସ ଓ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଗେଟ ଟେକି ହାତିକୁ ତଳ ମୁଣ୍ଡକୁ ନେବା ପାଇଁ ଚିନ୍ତା କରାଯାଉଛି ।

Leave a Reply

Your email address will not be published.