ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବାଲେଶ୍ବର: ବାତ୍ୟା ୟାସର ତାଣ୍ଡବ ବାଲେଶ୍ବର ଜିଲ୍ଲାରେ ଆରମ୍ଭ ହୋଇସାରିଛି । ବର୍ଷା ଓ ପବନର ବେଗ ଧୀରେ ଧୀରେ ବଢୁଥିବାରୁ ଲୋକମାନେ ଭୟରେ ଘରେ ରହିଛନ୍ତି । ଯଦିଓ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ନଜରକୁ ଆସିନାହିଁ କିନ୍ତୁ ବର୍ଷା ଓ ପବନରେ ବାସଗୃହ ଭୁଷୁଡି ପଡିଥିବାର ଦୃଶ୍ୟ ନଜରକୁ ଆସିଛି ।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ଡିମିରିଚୁଆ ଗ୍ରାମରେ । ଉକ୍ତ ଗ୍ରାମର ସରସ୍ବତୀ ମାଝୀ ପରିବାର ଘରେ ଥିବାବେଳେ ହଠାତ୍ ବାସଗୃହଟି ଭୁଷୁଡି ପଡିଥିଲା । ପୁରା ପରିବାର ବାହାରକୁ ବାହାରିବା ପାଇଁ ଚିତ୍କାର କରିବାରୁ ସଙ୍ଗେ ସଙ୍ଗେ ପଡୋଶୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ସେମାନଙ୍କୁ ଉଦ୍ଧାର କରିଥିଲେ । କାହାରି କିଛି କ୍ଷତି ହୋଇ ନଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଧାନ,ଚାଉଳ ଓ ଆସବାବପତ୍ର ନଷ୍ଟ ହୋଇଥିବାର ଜଣାଯାଇଛି । ତୁରନ୍ତ ପ୍ରଶାସନ ସରସ୍ବତୀ ମାଝୀ ପରିବାର ପାଖରେ ପହଞ୍ଚି ସହାୟତା ପ୍ରଦାନ କରିବାକୁ ଜନସାଧାରଣ ଦାବି କରିଛନ୍ତି ।

 

 

Leave a Reply

Your email address will not be published.