ବନ ବିଭାଗର ଅପାରଗତା, ୩ ହାତୀର ମୃତ୍ୟୁ ପରେବି ଶୋଇରହିଛନ୍ତି କର୍ମଚାରୀ

ଗଁନ୍ଦିଆ, (ନାଗରାଜ ନ୍ୟୁଜ): ଗଁନ୍ଦିଆ ବ୍ଲକରେ ଏହି କିଛି ଦିନ ହେବ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ଆଜି ସଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସଂରକ୍ଷିତ ଜଙ୍ଗଲରେ ପେଚାମୁଣ୍ଡିଆ ଅଞ୍ଚଳରୁ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀର ବୟସ ୨୦ ବର୍ଷରୁ ଉଦ୍ଧ୍ୱର୍ ହେବ, ଏବଂ ହାତୀର ଆଠ ଦିନ ପୂର୍ବରୁ ମୃତ୍ୟୁ ହୋଇଛି । ଗତକାଲି ହାତୀ ମରିବା ଖବର ବନ ବିଭାଗ ପାଇଛି । ବନ ବିଭାଗର ଅଧିକାରୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଠିକ ସୂଚନା ଦେଉନାହାଁନ୍ତି । ଆଜି ସକାଳୁ ଜିଲ୍ଲା ବନଖଣ୍ଡ ଅଧିକାରୀ, ଏସିଏଫ, ସ୍ଥାନୀୟ ରେଞ୍ଜର ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହାତୀଟି ଆଁଥରକ୍ସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସନେ୍ଦହ କରାଯାଉଛି । ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଛି ଏବଂ ରିପୋର୍ଟ ଆସିଲେ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ବନବିଭାଗ ଅଧିକାରୀମାନେ କହିଛନ୍ତି ।

ସୂଚନା ଅନୁସାରେ ଆଠ ଦିନ ମଧ୍ୟରେ ଗୋଟେ ଦନ୍ତା ହାତୀ ଛୁଆ ଓ ଦୁଇଟି ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାଯାଇଛି । ସବୁଠାରୁ ବଡ କଥା ହେଲା ତିନୋଟି ଯାକ ହାତୀର ମୃତ୍ୟୁ ଖବର ବନବିଭାଗ ଆଠ ଦିନ ପରେ ପାଉଛି । ହାତୀଙ୍କ ମୃତ୍ୟୁ ବନବିଭାଗ ଦ୍ଵାରା ଜାଇକା ଯୋଜନାରେ ଅନ୍ତର୍ଭୁକ୍ତ ନୂଆ ପ୍ଲାଣ୍ଟେସନ ବା ଜନ ସମାଗମ ଠାରୁ ମାତ୍ର ୫୦ ମିଟର ଦୂରରେ ହୋଇଛି । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିଯେ, ନିର୍ମାଣ ହେଉଥିବା ପ୍ଲାଣ୍ଟେସନ ନିକଟରେ ବନ ବିଭାଗର କର୍ମଚାରୀ ଓ ଠିକା କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ ହାତୀ ମରିବା ଖବର କିପରି ମିଳିନାହିଁ ।

Leave a Reply

Your email address will not be published.