ନଷ୍ଟ ହେବାକୁ ବସିଲାଣି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୃଷ୍ଟି ହୋଇଥିବା ଜଙ୍ଗଲ

ପାଟଣାଗଡ଼,(ନାଗରାଜ ନ୍ୟୁଜ): ବୃକ୍ଷ ହିଁ ଜୀବନ । ଗଛଟିଏ ଲଗାଇ ପ୍ରତ୍ୟେକ ବ୍ୟକ୍ତି ସମାଜ ପାଇଁ ଗଛ କୁ ଲାଲନ ପାଳନ କରି ବଡ଼ କରିପାରିଲେ ମଣିଷ ଜୀବନ ସାର୍ଥକ ହୋଇଥାଏ । ଏହି ଗଛ ଦ୍ବାରା ସମାଜ ରେ ବାସ କରୁଥିବା ମଣିଷ ଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁ ମଧ୍ୟ ଉପକୃତ ହୋଇଥାନ୍ତି। ଆଜି ର ଦୂନିଆଁ ରେ ମଣିଷ ମାନେ ଗଛ ଟିଏ ଲଗାଇବା ବଦଳରେ ଗଛ କୁ କାଟି ପରିବେଶକୁ ନଷ୍ଟ କରିବା ଦ୍ୱାରା ନିଜର କ୍ଷତି କରିବା ସହିତ ପରିବେଶ କୁ ମଧ୍ୟ ବିପଥଗାମୀ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ପାଢେଲ ସର୍କଲ ବନବିଭାଗ ପକ୍ଷରୁ ପାଢେଲ ସିମା ରେଙ୍ଗାଲଜୁରୀ ରୁ ଦୁନ୍ଧେଲ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ପଥପାର୍ଶ୍ବ ବୃକ୍ଷ ରୋପଣ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବୃକ୍ଷ ରୋପଣ କରାଯାଇଥିଲେ ହେଁ ଗୋଟିଏ ଗଛ ମଧ୍ୟ ବଞ୍ଚି ପାରିନାହିଁ । ସରକାର ଙ୍କ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି ହେଲେ ବୃକ୍ଷ ରୋପଣ କରି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ନଷ୍ଟ ହେଉଛି । ଅନ୍ୟ ପକ୍ଷରେ ପାଢେଲ ସର୍କଲ ର ବାଙ୍କୋଡ ଜଙ୍ଗଲ ଅଞ୍ଚଳରେ ରେଙ୍ଗାଲଜୁରୀ ଚଙ୍ଗରିଆ, ଦାବମାଳ, ଦୁନ୍ଧେଲ ଆଦି ଗ୍ରାମ ସମେତ ଅନ୍ୟ ଗ୍ରାମ ଗୁଡିକରେ ମଧ୍ୟ ବନବିଭାଗ ଓ ବନସୁରକ୍ଷା ସମିତି ର ମିଳିତ ଉଦ୍ୟମରେ ଆମ ଜଙ୍ଗଲ ଯୋଜନା ଜଙ୍ଗଲ କୁ ପୁନଃ ଉଦ୍ଧାର କରିବା ପାଇଁ ଲକ୍ଷ ଲକ୍ଷ ଚାର ଅ଼ଁଳା , ବାହାଡା ,ଶାଳ , ପିଆଶାଳ , ଶିଶୁ , ଅର୍ଜୁନ , ବାଉଁଶ , ବିଲାତି ,ଚାଖୁଣ୍ଡା ,ପାଶି, ନିମ ଆଦି ଗଛ ରୋପଣ କରାଯାଇଛି ଏହି ଗଛ ବଡ଼ ହେବା ଦ୍ଵାରା ପରିବେଶ ସୁରକ୍ଷା ସୁସ୍ଥ ସୁନ୍ଦର ବାତାବରଣ ସୃଷ୍ଟି କରିଛି ।

ହେଲେ ଅସାଧୁ ଓ କାଠ ମାଫିଆ ଲୋକ ମାନେ ଗଛ ଗୁଡ଼ିକୁ କାଟି ନେଇଯାଉଛନ୍ତି । ପାଟଣାଗଡ଼ ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ତଥା ମୁଖ୍ୟ ରାଜ୍ୟ ରାସ୍ତା ର ସଂପ୍ରସାରଣ ପାଇଁ ରାଜଡ ଶାସନ କାଳରେ ଦୀର୍ଘ ୩ ଶହ ବର୍ଷ ତଳରେ ରୋପଣ କରାଯାଇଥିବା ବିରାଟ ବିରାଟ ଗଛ କାଟି ଦିଆଯିବାରୁ ଯେଉଁ ରାସ୍ତା ଓ ଜଙ୍ଗଲ ଦେଇ ଲୋକ ମାନେ ଗଲା ବେଳେ ଯେଉଁ ଗଛ ର ଛାଇଁ ରେ ଆନନ୍ଦ ଅନୁଭବ କରୁଥିଲେ । ସେହି ଆନନ୍ଦ ଆଉ ମିଳି ପାରୁ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସରକାର ବନବିଭାଗ ଓ ପଞ୍ଚାୟତ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜଙ୍ଗଲ ସୃଷ୍ଟି କରାଯିଉଥିବା ବେଳେ କାଠ ମାଫିଆ ମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ଏବଂ କେତେ ଜଣ ନିର୍ଦ୍ଧିଷ୍ଟ ବ୍ୟକ୍ତି ଚୋରି କରିନେଉଥିବାରୁ ଜଙ୍ଗଲ ନଷ୍ଟ ହେବାକୁ ବସିଛି । ବନବିଭାଗ ଓ ପଞ୍ଚାୟତ ପକ୍ଷରୁ ଏହାର ରକ୍ଷଣାବେକ୍ଷଣର ସୁବନ୍ଦୋବସ୍ତ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ 

Leave a Reply

Your email address will not be published.