ପୁରୀରେ ପାଳିତ ହୋଇଛି ଅଗ୍ନି ପୂର୍ଣ୍ଣିମା

ପୁରୀ, (ନାଗରାଜ ନ୍ୟୁଜ): ଗତକାଲି ପୁରୀରେ ମାଘ ମାସ ଶେଷରେ ଅଗ୍ନି ଉତ୍ସବ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହାର ପରମ୍ପରା ହେଉଛି ପୁରୀର ବହୁ ପ୍ରାଚୀନ ପରମ୍ପରା । ତେଣୁ ପ୍ରତ୍ୟେକ ବର୍ଷ ମାଘ ମାସରେ ପାଳିତ ହୋଇଥାଏ ଏହି ପରମ୍ପରା । ବିଶେଷ ଭାବେ ୬ଟି ଋତୁ ରହିଥିବାବେଳେ ଶୀତ ଋତୁରେ ଏହି ପର୍ବ ପାଳନ ହୋଇଥାଏ । ସହରର ବିଭିନ୍ନ ଛକ ଆଉ ସାହିରେ କାଠ ଗଣ୍ଡିକୁ ରଖାଯାଏ । ତାଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ସେଥିରେ ଅଗ୍ନି ସଂଯୋଗ କରାଯାଇଥାଏ । ଏହାକୁ ଅଗ୍ନି ପୂର୍ଣ୍ଣିମା କୁହାଯାଏ । ଗତକାଲି ଅଗ୍ନି ପୂର୍ଣ୍ଣିମା ପୁରୀରେ ପାଳିତ ହୋଇଥିଲା ।

Leave a Reply

Your email address will not be published.