କଟକ ପୋଲିସ ହାତରେ ଛିନ୍ତାଇ ଗ୍ୟାଙ୍ଗ

କଟକ: କଟକ ସହରରେ ଛିନ୍ତାଇ କରୁଥିବା ଦୁଇଟି ଗ୍ୟାଙ୍ଗ କୁ ଧରିଛି କଟକ କମିଶନରେଟ ପୋଲିସ । ଦୁଇଟି ପୃଥକ ପୃଥକ ଘଟଣାରେ ଚୌଦ୍ୱାର ଥାନା ପୋଲିସ ୭ ଜଣ ଓ ଚଉଳିଆଗଞ୍ଜ ପୋଲିସ ୪ ଜଣ କରି ମୋଟ ୧୧ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଲୁଟ ହୋଇଥିବା ୧୬୮ ଗ୍ରାମର ସୁନା ଗହଣା ଓ ୨୦ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ । ପ୍ରଥମ ଥର ଲାଗି କଟକ କମିଶନରେଟ ପୋଲିସ ହାତରେ ଧରା ପଡ଼ିଥିବା ଏହି ଦୁଇଟି ଗ୍ୟାଙ୍ଗ ନାଁରେ ବିଭିନ୍ନ ଜିଲ୍ଲାରେ ଅନେକ ମାମଲା ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

Leave a Reply

Your email address will not be published.