ପ୍ରକାଶ ପାଇଲା ୮ମ ପର୍ଯ୍ଯାୟ ଫଟୋ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ସାପ୍ତାହିକ ଓ ପାକ୍ଷିକ ଗଳ୍ପ ଏବଂ ପ୍ରବନ୍ଧ ପ୍ରତିଯୋଗିତା ପରି ପ୍ରତିମାସ ୧(ଏକ) ତାରିଖ(ସକାଳ ୮ରୁ ରାତ୍ର ୮ଘଟିକା ପର୍ଯ୍ଯନ୍ତ) ଦିନ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଆଳଦା, ଖଇରା,ବାଲେଶ୍ବର ଫେସବୁକ୍ ଗୃପ୍ ଦ୍ବାରା ଅନଲାଇନ୍ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏଥିରେ ଓଡିଶାର ପ୍ରାୟ ପ୍ରତ୍ଯେକ ଜିଲ୍ଲାରୁ ପ୍ରତିଯୋଗୀମାନେ ଭାଗନେଇ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥାନ୍ତି । ଏଥର କୋରାପୁଟ, ବାଲେଶ୍ବର, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୋଳ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ମୋଟ ୧୮ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ସେଥିମଧ୍ୟରୁ ଧାମରା ପୋର୍ଟରେ କାର୍ଯ୍ୟରତ ମନୋରଞ୍ଜନ ପାଢୀ ଯାହାଙ୍କ ଘର ଭଦ୍ରକ ଜିଲ୍ଲା ଇଚ୍ଛାପୁର ଅଞ୍ଚଳର ସେ ପ୍ରଥମଥର ପାଇଁ ଭାଗନେଇ ପ୍ରଥମ ସ୍ଥାନ ଅଧିକାରକରି ଜିଲ୍ଲାକୁ ସଫଳତା ଆଣିଦେଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ସୁସ୍ମିତା ମହାପାତ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁରର ଗୃହିଣୀ, ସାହିତ୍ଯିକା ଓ ଘରୋଇ ସିଲେଇ ଶିକ୍ଷୟିତ୍ରୀ ରୀତାଞ୍ଜଳୀ ଡାକୁଆ ତୃତୀୟ ସ୍ଥାନ ଅଧିକାର କରି ନିଜ ଅଞ୍ଚଳର ଶୋଭାବର୍ଦ୍ଧନ କରିଛନ୍ତି । ଆଗାମୀ ଦିନରେ ଶ୍ରୀମତୀ ଡାକୁଆ ପ୍ରଥମ ସ୍ଥାନ ଅଧିକାର କରିବା ଲକ୍ଷ୍ୟରେ ଅଛନ୍ତି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ କହିଛନ୍ତି ।

କୌଣସି ସ୍ବାର୍ଥ ଆଶା ନରଖି ପ୍ରତିମାସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଗେଇ ଚାଲିଛି ମୋ ଅନୁଷ୍ଠାନ । ଏଥିପାଇଁ ଓଡିଶା ତଥା ଦେଶ ବାହାରେ ମଧ୍ୟ ମୋ ଅନୁଷ୍ଠାନ ଚର୍ଚ୍ଚିତ । ସାପ୍ତାହିକ ଗଳ୍ପ, ପ୍ରବନ୍ଧ ଓ ମାସିକ ଫଟୋ ପ୍ରତିଯୋଗିତା ପାଇଁ ଜଣେ ମହିଳା ସମୀକ୍ଷକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ପାକ୍ଷିକ ଗଳ୍ପ ଓ ପ୍ରବନ୍ଧ ସମୀକ୍ଷାରେ ଅଛନ୍ତି ଅନୁଷ୍ଠାନର ସଭାପତି ତଥା ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତି । ପ୍ରକାଶ ଥାଉକି-ଓଡିଆ ସଂସ୍କୃତି,ଚାଲିଚଳନ ଓ ବେଶପୋଷାକକୁ ଆଧାର କରି ଫଟୋ ପ୍ରତିଯୋଗିତାର ଫଳାଫଳ ପ୍ରକାଶ କରାଯାଇଥାଏ ।

Leave a Reply

Your email address will not be published.