ନାଗରାଜ ନ୍ୟୁଜର ମହା ପ୍ରଭାବ, ଶେଷରେ ତିଆରି ହେଲା ରାସ୍ତା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପୋଲ ନିର୍ମାଣ ପରେ ଉଭୟ ତରଫ ରାସ୍ତାଟି ଦୀର୍ଘଦିନ ହେବ ଅବହେଳିତ ଅବସ୍ଥାରେ ପଡି ରହିଥିଲା । ବାରମ୍ବାର ଅଭିଯୋଗ ପରେ ସୁଧୁରୁ ନଥିଲା ଅବସ୍ଥା । ଏପରି ଏକ ଘଟଣା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଦମକଳ ଅଫିସ୍ ରାସ୍ତା କ୍ଷେତ୍ରରେ ଘଟିଥିଲା । ବିଭାଗ ତରଫରୁ ବାରମ୍ବାର ଅଭିଯୋଗ ପରେ ପୋଲ ନିର୍ମାଣ ହୋଇଥିଲା । ହେଲେ ପୋଲର ଉଭୟ ପାର୍ଶ୍ଵ ମରାମତି ଅଭାବରୁ ଜରୁରୀ ସମୟରେ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉଥିଲା । ଯେଉଁଥି ପାଇଁ କର୍ମଚାରୀ ମାନଙ୍କୁ ଘଟଣା ସ୍ଥଳରେ ବିଭିନ୍ନ କୈଫିୟତ ଦେବାକୁ ପଡୁଥିଲା । ଏଥିପାଇଁ ଜିଲ୍ଲା, ବ୍ଲକ ଏବଂ ସମ୍ପୃକ୍ତ ବିଭାଗ ନିକଟରେ ଖଇରା ଦମକଳ ବିଭାଗ ଅଭିଯୋଗ କରିଆସୁଥିଲା । ଖବରପାଇ ନାଗରାଜ ନ୍ୟୁଜ ର ରିପୋର୍ଟର ଖଇରା ଅଗ୍ନିସେବାଶମ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ସେବେଠାରୁ ନାଗରାଜ ନ୍ୟୁଜ ବାରମ୍ବାର ଖବର ପ୍ରସାରଣ ପରେ ଉଭୟ ପାର୍ଶ ରାସ୍ତା ମରାମତି ପାଇଁ ପ୍ରଶାସନ ବାଧ୍ୟ ହୋଇଥିଲା । ଯାହା ଏବେ ପୂର୍ଣ୍ଣାଙ୍ଗ ହୋଇ ଥିବାର ଦେଖିବାକୁ ମିଳିଛି । ସମସ୍ୟାଟି କେବଳ ନାଗରାଜ ନ୍ୟୁଜ ପାଇଁ ସମ୍ଭବ ହୋଇଥିବାର ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଆଲୋଚନାରୁ ଶୁଣିବାକୁ ମିଳୁଛି । କିନ୍ତୁ ସୋର – କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥରୁ କୋଚିଆକୋଇଲି କଲ୍ଯାଣ ମଣ୍ଡପ ଏବଂ ଇଲେକ୍ଟ୍ରିକ୍ ଷ୍କକଚର ପାର୍ଶ୍ଵ ଦେଇ କାର୍ଯ୍ଯାଳୟକୁ ସଂଯୋଗ କରୁଥିବା ରାସ୍ତାଟି ଚଉଡା ସହିତ ପୂର୍ଣ୍ଣ ମରାମତି କେବେ ହବ ? ଦେଖିବାକୁ ବାକି ରହିଲା ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.