ରାଉରକେଲା ସାଇ ପରିବାରର ମହାନତା

ରାଉରକେଲା, (ନାଗରାଜ ନ୍ୟୁଜ): ବିଗତ ୪-୫ ଦିନର ଦିବାରାତ୍ର ଲାଗି ରହିଥିବା ଅସରାଏ ଝଡ଼ିବରଷା ଯୋଗୁଁ ଉପରମୁଣ୍ଡରେ ଅଧବା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ପାଣି ମନ୍ଦିରା ଡ୍ୟାମଦେଇ ବହିଆସି ଶଙ୍ଖକୋଏଲ ଓ ଶେଷରେ ବ୍ରାହ୍ମଣୀ ନଦିରେ ତାର କରାଳରୂପ ବିସ୍ତାରକରି ଶେଷରେ ରାଉରକେଲା ସହରରେ ଥିବା ସବୁଠାରୁ ତଳତଳିଆ ଗ୍ରାମନାମ୍ନୀ ମୁନିସିପାଲିଟି ଅଧୀନରେ ଥିବା ବାଲୁଘାଟର ଗାଁ ଭିତରେ ପଶି ସାରିଛି । ଲୋକଙ୍କ କହିବା ମୁତାବକ ଗତକାଲି ରାତ୍ରି ସମୟ ପାଖାପାଖି ୧୨-୦୨ ମଧ୍ୟ ରାତ୍ରି ସମୟରେ ହଠାତ ନଦୀର ବନ୍ୟାଜଳ ହୁ ହୁ ହୋଇ ବଢ଼ି ବଢ଼ି ଯାଇ ଶେଷରେ କିଛି ଲୋକ ସଖାଳୁ ଘରୁ ବାହାରକୁ ବାହାରିବା ପରେ ଜାଣିବାକୁ ପାଇଲେ ଯେ ସେମାନେ ସେତେବେଳକୁ ଜଳବନ୍ଦୀ ଭାବେ ପ୍ରକୃତିର କୋପରେ ପଡି ଜଳବନ୍ଦୀ ସାଜି ସାରିଛନ୍ତି ବୋଲି ।

ଆହୁରି ଅନେକଙ୍କ ଘରେ ନାନାଦି ପ୍ରକାରର ଜୀବଜନ୍ତୁଙ୍କର ଲୁଚିବାପାଇଁ ବାସସ୍ଥାନ ଭାବେ ଜାଗା ନିର୍ଧାରଣ କରି ସାରିଲେଣି ବୋଲି ଅନେକଙ୍କର ଏକମତ ।
ଏ ଖବର ପାଇବା ମାତ୍ରକେ ସର୍ବପ୍ରଥମେ ଆମ ରାଉରକେଲା ସହରର ସର୍ବପ୍ରିୟ “ରାଉରକେଲା ସାଇ ପରିବାର” (ଏକ ସ୍ବେଛାସେବୀ ସଂଗଠନ )ର ସମସ୍ତ କର୍ମକର୍ତା ଗଣ ତୁରନ୍ତ ଯାଇ ସେଠାରେ ପହଂଚି କିଛି ଲୋକଙ୍କୁ ନିଜେ “ରେସ୍କ୍ୱିଉ ଅପେରସନ”ମାଧ୍ୟମରେ ସମସ୍ତ ଜଳବନ୍ଦୀ ଜନତାଙ୍କୁ ଉଦ୍ଧାର କରିନେଇ ଏକ ଉଚ୍ଚାସ୍ଥାନ “ବିଦ୍ୟୁତକଲୋନୀ ହାଇସ୍କୁଲ” ମଧ୍ୟଙ୍କୁ ସ୍ଥାନାନ୍ତର କରି ସେଠାରେ ସେମାନଙ୍କର ସଠିକ ଯତ୍ନ ନେବା ସାଙ୍ଗକୁ ତାଙ୍କୁ ସଖାଳ ଭୋଜନ ବାବଦକୁ ଜଳଖିଆ ଖାଇବାକୁ ଦେଇଥିଲେ, ଏବଂ ଖାଲି ଏତିକି ନୁହେଁ ତା ସଙ୍ଗେ ସଙ୍ଗେ ସମସ୍ତ ଗଣମାଧ୍ୟମଙ୍କୁ ଏ ବାବଦକୁ ଅବଗତ କରାଇବା ସାଙ୍ଗକୁ ରାଉରକେଲା ର ସମସ୍ତ ଉଚ୍ଚପଦସ୍ଥ ପଦାଧିକାରୀ ଗଣଙ୍କୁ ଏଥିପ୍ରତି ତୁରନ୍ତ ସଠିକ ସହାୟତାର ପଦକ୍ଷେପ ଗୁଡିକ ଗ୍ରହଣ କରିବାକୁ ଦୃଢ଼ ଅନୁରୋଧ କରିଥିଲେ ।
ଏବଂ ଖାଲି ସେତିକି ନୁହେଁ ଆସନ୍ତା ୧୭-୧୮ ତାରିଖରୁ ପୁନଶ୍ଚ ଲଗାଣ ବର୍ଷାରେ ଏହିପରି ଆହୁରି ଏନେକ ତଳତଳିଆ ଜନଜୀବନ ଅନେକ ପ୍ରକାରର ହଇରାଣ ହରକତ ର ସମ୍ମୁଖୀନ ହେବାକୁ ଥିବାକଥା ଆକଳନ କରି ରାଉରକେଲା ର ସମସ୍ତ ପ୍ରଶାସନ ଗଣଙ୍କୁ ସେଥିପ୍ରତି ସଜାଗ ରହିବାକୁ ଆହ୍ୱାନ ଦେଇଛନ୍ତି ।

ରାଉରକେଲା ସାଇ ପରିବାର ଅତି ନିସ୍ଵାର୍ଥ ପରତା ସହିତ ସମାଜର ମଙ୍ଗଳ କାମନା କରି ଅନ୍ୟାନ୍ୟ ଅନେକ ପ୍ରକାରର ଜନକଲ୍ୟାଣ କାର୍ୟ୍ୟମାନ କରି ଚାଲିଛି ଓ ଚାଲିଥିବ ବୋଲି. ବୁଦ୍ଧିଜୀବୀଙ୍କ ମହଲରେ ସାଇ ପରିବାର ର ସମସ୍ତ ସଦସ୍ୟ ମାନଙ୍କୁ ଅଶେଷ ଅଶେଷ ପ୍ରଶଂସାର ସୁଅ ମାନ ଛୁଟିବାରେ ଲାଗିଛି ।

 

Leave a Reply

Your email address will not be published.