ଲଗାଣ ବର୍ଷା ସାଜିଲା କାଳ, ଚାଲିଗଲା ନାବାଳକର ଜୀବନ

ରାଉଲକେଲା, (ନାଗରାଜ ନ୍ୟୁଜ): ଆଜି ସଖାଳେ, ସେକ୍ଟର ୨୨ (ସାରନଗରୀରୁ ଜଳଦାକୁ ଯିବା ରାସ୍ତା )ର ଏବିସି କଲୋନୀ ସ୍ଥିତ ଖଟାଲ ବସ୍ତିରେ ବାସ କରୁଥିବା ଗୁୱାଲା-ଲଲନ ଯାଦବ ନାମକ ବ୍ୟକ୍ତିଙ୍କର ପୁତ୍ର ଆକାଶ ଯାଦବ ବୟସ (୧୫)ବର୍ଷ । ଆଜି ସେ ପାଠପଢା ସାରି ପାଖର କିଛି ସାଙ୍ଗମାନଙ୍କ ସହିତ ମିଶି ନଦୀରେ ବଢିପାଣି ଦୃଶ୍ୟ ଦେଖିବାକୁ ଦେଓଗାଁର ମୁଣ୍ଡାବସ୍ତି ନିକଟରେ ପହଂଚି ଯାଇଥିଲେ । ସେଠାରେ ଗଭୀର ଜଳ ଭିତରେ ପଶି ପାଣିରେ ଲୁଚକାଳି ଖେଳ ଖେଳୁଥିବା ସମୟରେ ହଠାତ ଗୋଡ ଖସିଯାଇ ନିଜର ଭାରସ୍ୟାମ ହରାଇ ବୁଡିଯାଇଥିଲା ।

ହଠାତ ଆଖି ସାମ୍ନାରୁ ନିଖୋଜ ହୋଇଯିବା କଥା ଦେଖି ସେଠାକାର ଲୋକମାନେ ହୋ ହାଲ୍ଲା କରି ଡାକ ପକାଇବାପରେ ଗ୍ରାମବାସୀଙ୍କର ସତଚେଷ୍ଟା ଏବଂ ସରକାରଙ୍କର ଓଡ୍ରାଫ ଟିମ ଓ ଦମକଳ ବାହିନୀଙ୍କ ଆପ୍ରାଣ ପ୍ରଚେଷ୍ଠାର ଖୋଜାଖୋଜି ଶେଷରେ ଆକାଶକୁ ପାଇଥିଲେ । ଖବରପାଇ ଜଳଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଛି ପିଲାଟିକୁ ତୁରନ୍ତ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଯିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତମାନ ପର୍ୟ୍ୟନ୍ତ ମଧ୍ୟ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ ଆସନ୍ତାକାଲି ସକାଳେ ଶବ ବ୍ୟବଚ୍ଛେଦ ହୋଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଲଦାଫାଣ୍ଡିର ଏହି ସିଏଏସଇଟିର ଅନୁସନ୍ଧାନରତ ଅଧିକାରୀ ଶ୍ରୀଯୁକ୍ତ ଧ୍ରୁବ ଚରଣ ରାଉତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.