ଢ଼ିଙ୍କିଆ ପ୍ରସଙ୍ଗରେ ସତ୍ୟପାଠ ଜରିଆରେ ଅଭିଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ, (ନାଗରାଜ ନ୍ୟୁଜ): ଢ଼ିଙ୍କିଆ ପ୍ରସଙ୍ଗରେ ସତ୍ୟପାଠ ଜରିଆରେ ଅଭିଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ। ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ଉପସ୍ଥିତ ହୋଇପାରିନଥିବା ସ୍ଥାନୀୟ ଜନସାଧାରଣଙ୍କୁ ସୁଯୋଗ। ଗତ ୫ ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛିଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏସବୁକୁ ଦୃଷ୍ଟିରେ ରଖି ସତ୍ୟପାଠ ଜରିଆରେ ଅଭିଯୋଗ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଅନ୍ୟପଟେ ଗିରଫଦାରୀ ଭୟରେ ଗାଁକୁ ଫେରିପାରିନଥିବା ୩୦ଜଣଙ୍କ ଚିଠା ଦାଖଲ କରିବାକୁ ଆବେଦନାକାରୀଙ୍କ ଓକିଲଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ସେହିପରି ଜାନୁଆରୀ ୧୪ତାରିଖ ହିଂସାକାଣ୍ଡ ପରେ କେତେ ଜଣଙ୍କୁ ଗିରଫ କରାଯାଇଛି ଏବଂ କେଉଁ ଦଫାରେ ଗିରଫ କରାଯାଇଛି ସେ ନେଇ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ। ସତ୍ୟପାଠ ଜରିଆରେ ଏହି ତଥ୍ୟ ଦେବାକୁ ଜଗତସିଂହପୁର SP ଙ୍କୁ କୋର୍ଟ କହିଛନ୍ତି । ଆସନ୍ତା ଏପ୍ରିଲ ୭ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ।

Leave a Reply

Your email address will not be published.