ଖଇରାରେ ନୂତନ ସରପଞ୍ଚ ଓ ନାଏବ ସରପଞ୍ଚର ଶପଥ ଗ୍ରହଣ

ଖଇରା, (ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆଜି ଖଇରା ବ୍ଳକ ରେ ଥିବା ୩୭ ଗୋଟି ପଞ୍ଚାୟତ ରେ ସରପଞ୍ଚ ମାନେ ଶପଥ ପାଠ କରି ନିଜର ଦାୟିତ୍ୱ ହାତେଇଥିବାବେଳେ ୱାର୍ଡ ମେମ୍ବର ସଭ୍ୟ ମାନେ ନାଏବ ସରପଞ୍ଚ ଚୟନ କରିଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ ଖଇରା ପଞ୍ଚାୟତ ବାସିଙ୍କ ପସନ୍ଦର ପାର୍ଥି ତଥା ପୂର୍ବତନ ସରପଞ୍ଚ ସୁଦର୍ଶନ ସେଠିଙ୍କ ଧର୍ମପତ୍ନୀ ମାଳତୀ ସେଠି ଓ ନାଏବ ସରପଞ୍ଚ ମାମୁନି ପ୍ରଧାନ ନିଜର ଶପଥ ପାଠ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଶପଥ ପାଠ ଗ୍ରହଣ ସମୟରେ ସରପଞ୍ଚ ଶ୍ରୀମତୀ ସେଠି କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି ପୂର୍ବତନ ସରପଞ୍ଚଙ୍କର ବାକି ରହି ଯାଇଥିବା କାମ ଗୁଡିକୁ ତାଙ୍କ ୫ ବର୍ଷ ସମୟ ମଧ୍ୟରେ ସମ୍ପୂର୍ଣ କରି ଖଇରା ପଞ୍ଚାୟତ ବାସୀଙ୍କୁ ଉତ୍ସାହିତ କରିବେ । ଖଇରା ବଜାରରେ ନୂତନ ବସ ଷ୍ଟାଣ୍ଡ ଓ କଲ୍ୟାଣୀ ମଣ୍ଡପ ନିର୍ମାଣ କରିବା ଉପରେ ତାଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିବା ସହ ପଞ୍ଚାୟତ ବାସୀଙ୍କୁ ଆଶାନୁଯାଇ ସହାୟତା ପ୍ରଦାନ କରିବେ ବୋଲି ଦୃଢ ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି । ସରପଞ୍ଚ ଶ୍ରୀମତୀ ସେଠି ଙ୍କୁ ଦୀର୍ଘ ୫ ବର୍ଷ ଧରି ସହାୟତା ର ହାତ ବଢାଇବା ଲାଗି ବିନା ପ୍ରତିଦ୍ବନ୍ଦୀ ରେ ୪ ନମ୍ବର ୱାର୍ଡରୁ ନାଏବ ସରପଞ୍ଚ ଭାବେ ଚୟନ ହେଇଥିବା ମାମୁନି ପ୍ରଧାନ ମଧ୍ୟ କ୍ୟାମେରା ଆଗରେ ନିଜର ପ୍ରତିଶୃତି ଦେଇଥିଵା ଦେଖିବାକୁ ମିଳିଛି ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.