ଜନ ମଙ୍ଗଳ ରାସୋଳର ପ୍ରଥମ ଅଧିବେଶନ

ରାସୋଳ, (ନାଗରାଜ ନ୍ୟୁଜ): ଗତ ଗୁରୁବାର ଦିନ ଦିବା ୧ ଘଟିକା ସମୟରେ ରାସୋଳ ଦେଉଳ ସାହି ସ୍ଥିତ ମୁଖ୍ୟ ସଂଗଠକ ବିଭୁପ୍ରସାଦ ଶତପଥୀଙ୍କ ବାସ ଭବନରେ ନବ ଗଠିତ ଶ୍ରଦ୍ଧା ଶକ୍ତି ସେବକ ସଂସ୍ଥାନ ଜନ ମଙ୍ଗଳ (ରାସୋଳ) ର ପ୍ରଥମ ଅଧିବେଶନ ସେବକ/ସେବିକା ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତି ସତ୍ୟଭାମା ମିଶ୍ର (ଉପଦେଷ୍ଟା) ଏହାର ନେତୃତ୍ବ ନେଇଥିଲେ । ମୁଖ୍ୟ ସଂଗଠକ ବିଭୁପ୍ରସାଦ ଶତପଥୀ ସ୍ବାଗତ ଭାଷଣ ଦେଇ ସଂଗଠନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ସମ୍ବନ୍ଧୀୟ, ଅସହାୟ ତଥା ଗରିବ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ଏହି ସଂଗଠନର ଆଭିମୁଖ୍ୟ । ଶ୍ରୀମତୀ ପୂର୍ଣ୍ଣିମା ମହାନ୍ତି (ସମାଜସେବୀ )ସେବା ସଂସ୍ଥାନର ସମସ୍ତ ସେବକ ଓ ସେବିକା ମାନଙ୍କୁ ସେବାର ମୁଖ୍ୟ ଧାରାରେ ସାମିଲ ହେବାକୁ ଉତ୍ସାହିତ କରିଥିଲେ । ସମସ୍ତ ସେବକ ନିଜ ନିଜର ପରିଚୟ ପ୍ରଦାନ ପୂର୍ବକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବାର ନିର୍ଭର ପ୍ରତିଶୃତି ଦେଇଥିଲେ । ପ୍ରତ୍ୟେକ ସେବକ/ସେବିକା ସଂଗଠନକୁ ୩୫୦ଟଙ୍କା ଦାନ କରିବାକୁ ସ୍ଥିର କରାଯାଇଛି । ଶେଷରେ ପ୍ରତ୍ୟେକ ସେବକ ସେବିକା ନିଃସ୍ବାର୍ଥ ପର ଭାବରେ ସେବା କରିବେ ବୋଲି ଶପଥ ପାଠ କରିଥିଲେ । ଭବିଷ୍ୟତରେ ସେବା କ୍ଷେତ୍ରରେ କିପରି କାର୍ୟ୍ୟପନ୍ଥା ଗ୍ରହଣ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ମୁଖ୍ୟ ସଂଗଠକ ପ୍ରତ୍ୟେକ ସେବକମାନଙ୍କୁଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ । ପ୍ରକାଶ ଥାଉକି ଆଞ୍ଚଳିକ ସ୍ତରରେ ଏଭଳି ସଂଗଠନ ନଥିବା ବେଳେ ବିଭୁପ୍ରସାଦଙ୍କ ଏତାଦୃଶ ପଦକ୍ଷେପ ନିହାତି ସ୍ବାଗତ ଯୋଗ୍ୟ । ଜନମାନସରେ ଏବେ ଏହା ଆଲୋଚ୍ୟର ବିଷୟବସ୍ତୁ । ଅନେକ ସାଧୁବାଦ ଜଣାଇବା ସହ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ (ରାସୋଳ) ର ଉତ୍ତରୋତ୍ତର ଉନ୍ନତି ପାଇଁ ହାତ ବଢାଇଛନ୍ତି ।

Leave a Reply

Your email address will not be published.