ଆଜିଠାରୁ ପବିତ୍ର ରମଜାନ ମାସ ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ମୁସଲିମ ସମ୍ପ୍ରଦାୟର ଆଜିଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି। ଏହି ରମଜାନ ମାସ ଏକ ମାସ ପର୍ଯ୍ୟନ୍ତ ଚାଲିବ। ଆଜି ରମଜାନ ମାସର ପ୍ରଥମ ଶୁକ୍ରବାର ହୋଇଥିବାରୁ ସହରର ବିଭିନ୍ନ ମସଜିତ୍ ମାନଙ୍କରେ ସମୂହ ନମାଜ ପାଠ କରାଯାଇଛି। ରମଜାନ ମାସ ହେଉଛି ଉପବାସ ର ମାସ। ମୁସଲିମ ସମ୍ପ୍ରଦାୟ ମାନେ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଉପ ବାସ ରଖନ୍ତି। ମୁସଲିମ ସମ୍ପ୍ରଦାୟର ଏହା ହେଉଛି ଦାନ ଓ ଧର୍ମ ର ମାସ । ସହର ର ବିଭିନ୍ନ ମସ୍ ଜିତ୍ ମାନଙ୍କରେ ମୌଲବୀ ମାନେ କୋରାନ ପାଠ କରି ଧର୍ମ ବାଣୀ ଶୁଣାଇଛନ୍ତି। ରମଜାନ ମାସ ଉପଲକ୍ଷେ କଟକ ସହରର ବିଭିନ୍ନ ମୁସଲିମ ବସ୍ତି ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛି। ସାହି ମାନଙ୍କରେ ଅସ୍ଥାୟୀ ଦୋକାନ ବଜାର ବସିଛି। ସନ୍ଧ୍ୟା ହେବା ମାତ୍ରେ ଖାଦ୍ୟ ଦୋକାନ ଗୁଡିକରେ ବେଶ ଭିଡ ଜମିଛି। ସୂର୍ଯ୍ୟ ଉଦୟ ଠାରୁ ଉପ ବାସ ରଖି ସୂର୍ଯ୍ୟାସ୍ତ ସମୟରେ ଉପବାସ ଖୋଲି ଆହାର ଗ୍ରହଣ କରୁଛନ୍ତି। ରମଜାନ ଉପଲକ୍ଷେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୃତତନ୍ କରାଯାଇଛି। ମୁସଲିମ ସମ୍ପ୍ରଦାୟ ମାନେ ରମଜାନ ମାସ ଅବସରରେ
ପରସ୍ପର କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସି ଏମ ସି ପକ୍ଷରୁ ବିଭିନ୍ନ ମସଜିତ୍ ରେ 24 ଘଣ୍ଟିଆ ପାନୀୟ ଜଳ ସେବା ଯୋଗାଇ ଦିଆ ଯାଇଛି। ଏଥି ସହିତ ତିନି ଓଳି ସଫେଇ କରାଯାଇ ରାସ୍ତା ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ରଖାଯାଇଛି। ଆଜି କଦମ ରସୁଲ ଇଦ୍ଘା ପଡିଆ, କିଲ୍ଲା ମସଜିଦ, ପଲ୍ଟନ ମସଜିଦ ପ୍ରମୁଖ ମସଜିଦ ଗୁଡିକରେ ସମୂହ ନମାଜ ପାଠ କରାଯାଇଛି।

Leave a Reply

Your email address will not be published.