ସମୟ ପୂର୍ବରୁ ସ୍କୁଲରେ ତାଲା ପକାଇ ଘର ମୁହାଁ ଶିକ୍ଷକ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଢିଆ ଅନ୍ତର୍ଗତ ଡାଲଙ୍ଗ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉତେଜନା ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶଯେ, ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହି ଆସୁଛନ୍ତି । କୋରନା କଟକଣା ପାଇଁ ସ୍କୁଲ ବନ୍ଦ କରିବା ପାଇଁ ସରକାର ଘୋଷଣା କରିଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରତିଦିନ ସ୍କୁଲକୁ ଆସିବେ ବୋଲି ଘୋଷଣା କରିଥିଲେ ସରକାର । କିନ୍ତୁ ଡାଲଙ୍ଗ ସ୍କୁଲର କିମିଟି ମେମ୍ବର ସଦସ୍ୟ ଜଣଙ୍କ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଜାଣିବାକୁ ପାଇଥିଲେଯେ, ଶିକ୍ଷକ ଓ ଶିକ୍ଷୟିତ୍ରୀ କାହାରି ମଧ୍ୟ ଦେଖାନାହିଁ ।

ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ, ବିଦ୍ୟାଳୟରେ ୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ଶିକ୍ଷକ ଓ ଶିକ୍ଷୟିତ୍ରୀ ଦିନ ୯ଟାରେ ବିଦ୍ୟାଳୟକୁ ଆସିଥାନ୍ତି । କିନ୍ତୁ ଯିବା ସମୟ ହେଉଛି ଦିନ ୧୨ଟା । ସେହି ସମୟରେ ସ୍କୁଲ ଛୁଟି ହୋଇଥାଏ ବୋଲି କହିଥିଲେ । ପ୍ରତିଦିନ ସ୍କୁଲ ବନ୍ଦ କରି ଦିନ ୧୨ଟା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଳାଇ ଯାଉଥିବା ନେଇ ଉତେଜନା ଦେଖିବାକୁ ମିଳିଥିଲା । ଏହି ବାବଦରେ ଆମ ପ୍ରତିନିଧି ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଥିଲେ ।

Leave a Reply

Your email address will not be published.